ଭୁବନଙ୍କ ରୋଜଗାର ବନ୍ଦ, କାନ୍ଦି କାନ୍ଦି ବଖାଣିଲେ ଦୁଃଖ

ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ, ଯାହା କିଛି ମିନିଟରେ ଜଣଙ୍କୁ ସେଲିବ୍ରିଟି କରିପାରେ। ୨୦୨୧ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାର କାଚା ବାଦାମ ଗାଇ ରାତାରାତି ସୁନାମ ଅର୍ଜନ କରିଥିଲେ। ଭୁବନଙ୍କ କାଚା ବାଦାମ ଗୀତ ଏବଂ ତାଙ୍କ ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ, ଭୁବନ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତାଙ୍କୁ ଗୀତ ଗାଇବା ପାଇଁ ଅଫର୍‌ ମଧ୍ୟ ଆସିଥିଲା। ଏବେ କିନ୍ତୁ ତାଙ୍କର ସବୁଆଡୁ ରୋଜଗାର ବନ୍ଦ ହୋଇଯାଇଛି।
ନିକଟରେ ଏକ ସାକ୍ଷାତକାରରେ କାନ୍ଦି କାନ୍ଦି ନିଜ ଯନ୍ତ୍ରଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟଙ୍କା ଯୋଗୁ ତାଙ୍କ ସହ ପ୍ରତାରଣା କରାଯାଇଛି। ମୋ ସହ ୩ ଲକ୍ଷ ଟଙ୍କା ହେରଫେର ହୋଇଛି। ଗୋପାଳ ନାମକ ଜଣେ ବ୍ୟକ୍ତି ମୋତେ ୩ ଲକ୍ଷ ଟଙ୍କା ଦେଇ କହିଥିଲେ ତାଙ୍କ ୟୁଟ୍ୟୁବରେ କାଚା ବାଦାମ ଗୀତ ବଜାଇବେ। କିନ୍ତୁ ପରେ ମୁଁ ମୋର ନିଜ ଗୀତକୁ ନେଇ କପିରାଇଟ ଅଭିଯୋଗ ପାଇଥିଲି, କାରଣ ସେହି ବ୍ୟକ୍ତି ଠକାମିରେ ମୋ ଗୀତର ଅଧିକାର କିଣିଥିଲେ, ବର୍ତ୍ତମାନ କୌଣସି ଶୋ’ ମୋତେ ଡାକୁନାହିଁ କିମ୍ବା ମୋର ଗୀତ ୟୁଟ୍ୟୁବରେ ଚାଲିପାରିବ ନାହିଁ। ମୁଁ ଶିକ୍ଷିତ ହୋଇ ନ ଥିବାରୁ ଗୋପାଳ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଛନ୍ତି। ଏହି କାରଣରୁ ମୋର ରୋଜଗାରର ସମସ୍ତ ମାଧ୍ୟମ ବନ୍ଦ ହୋଇଯାଇଛି।

Share