ହସ୍ପିଟାଲରେ ‘କଚା ବାଦାମ’ ଗାୟକ ଭୁବନ ବାଦ୍ୟକର

ବୀରଭୂମ,୧।୩: ପଶ୍ଚିମବଙ୍ଗର ବୀରଭୂମରେ କାଚା ବାଦାମ ଖ୍ୟାତିସମ୍ପନ୍ନ ଗାୟକ ଭୁବନ ବାଦକର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ଏଥିରେ ସେ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଭୁବନଙ୍କ ଛାତିରେ ଆଘାତ ଲାଗିଛି। ନିକଟରେ ଏକ କାର କିଣିଛନ୍ତି। ଭୁବନ ଏକ କାର ଚଳାଇବାକୁ ଶିଖୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ କଚା ବାଦାମ ଖ୍ୟାତି ଗାୟକଙ୍କୁ ସୁପର ସ୍ପେସିଆଲିଟିରେ ଭର୍ତ୍ତି କରାଯାଇଥିଲା।
ସୂଚନାଯୋଗ୍ୟ,ଭୁବନ ପଶ୍ଚିମବଙ୍ଗରେ ଗ୍ରାଉଣ୍ଡ ବାଦାମ ବିକ୍ରି କରୁଥିଲେ। ବାଦାମ ବିକ୍ରି କରିବା ସମୟରେ କଚା ବାଦାମ ଗୀତ ଗାଉଥିଲେ। ଏହି ଗୀତ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବା ପରେ ଭୁବନ ପ୍ରସିଦ୍ଧ ଅର୍ଜନ କରିଥିଲେ। ନିକଟରେ ଏକ ସଙ୍ଗୀତ କମ୍ପାନୀ ପାଇଁ କଚା ବାଦାମ ଗୀତର ଏକ ଭିଡିଓ ମଧ୍ୟ ଶୁଟିଂ କରିଥିଲେ। ସେ ଅନେକ କମ୍ପାନୀ ଏବଂ ଟିଭି ଶୋ’ରୁ ଅଫର୍‌ ପାଇଛନ୍ତି। ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳି ଯାଇଛି।

Share