ଧୋନୀଙ୍କ ଫାର୍ମ ପାଇଁ ମିଳିଲାନି କଡ଼କନାଥ କୁକୁଡ଼ା

ଇନ୍ଦୋର,୧୩।୧: ଭାରତର ୧୦ଟି ରାଜ୍ୟରେ ବାର୍ଡ ଫ୍ଲୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ବାର୍ଡ ଫ୍ଲୁ ଯୋଗୁ କ୍ରିକେଟର ମହେନ୍ଦ୍ର ସିଂ ଧୋନୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଧୋନୀଙ୍କ କୁକୁଡ଼ା ଫାର୍ମ ପାଇଁ ଝାବୁଆର ରୁଣ୍ଡିପଡ଼ା ଗାଁରେ ଥିବା କୁକୁଡ଼ା ଫାର୍ମରୁ ୨୦୦୦ କଡକନାଥ କୁକୁଡ଼ା ଅର୍ଡର କରାଯାଇଥିଲା। ତେବେ ବାର୍ଡ ଫ୍ଲୁରେ ୨୫୦୦ କଡ଼କନାଥ କୁକୁଡ଼ାଙ୍କ ମୃତ୍ୟୁ ଘଟିଛି ବୋଲି ଫାର୍ମର ନିର୍ଦ୍ଦେଶକ ବିନୋଦ ମେଢ଼ା ସୂଚନା ଦେଇଛନ୍ତି। ଫାର୍ମରେ ୨୮୫୦ କୁକୁଡ଼ା ରହିଥିଲେ। ୪-୫ ଦିନ ମଧ୍ୟରେ ୨୦୦୦ କୁକୁଡ଼ା ଡେଲିଭରୀ ହେବାର ଯୋଜନା ଥିଲା। ତେବେ ବାର୍ଡ ଫ୍ଲୁ ଯୋଗୁ ଫାର୍ମରେ ସଙ୍କଟ ସୃଷ୍ଟି ହୋଇଛି। ଏବେ ଫାର୍ମରେ ୧୫୦ କୁକୁଡ଼ା ରହିଥିବା ମେଢ଼ା କହିଛନ୍ତି। ଫାର୍ମରେ ଥିବା ଚିଆଁଗୁଡ଼ିକୁ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ହତ୍ୟା କରାଯାଇଛି। ଏହାଯୋଗୁ ଧୋନୀଙ୍କ କୁକୁଡ଼ା ଫାର୍ମ ଯୋଜନାରେ ବାଧା ସୃଷ୍ଟି ହୋଇଛି।

Share