Posted inଜାତୀୟ

କର୍ନାଟକରେ କାଦୁଅଫିଙ୍ଗା

ବେଲୁର,୧ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର କର୍ନାଟକରେ ନିର୍ବାଚନ ପ୍ରଚାର ବେଳେ କଂଗ୍ରେସରେ ଚାଲିଥିବା ଗୋଷ୍ଠୀକନ୍ଦଳକୁ ନେଇ ଉପହାସ କରିଛନ୍ତି। ବେଲୁରରେ ଏକ ସଭାକୁ ସମ୍ବୋଧିତ କରି ମୋଦି କହିଛନ୍ତି, ରାଜସ୍ଥାନ ହେଉ କି ଛତିଶଗଡ଼, ଯେଉଁଠି କଂଗ୍ରେସ ସରକାର ଗଢ଼ିଛି ସେଇଠି କ୍ଷମତାକୁ ନେଇ ଦଳ ଭିତରେ ଅନ୍ତର୍କଳହ ଦେଖିବାକୁ ମିଳିଛି।
ଅବସରରେ ପ୍ରଧାନମନ୍ତ୍ରୀ ରାଜ୍ୟର ପ୍ରମୁଖ ପ୍ଲେୟାର ଏଚ୍‌.ଡି. ଦେବେଗୌଡ଼ାଙ୍କ ଧର୍ମନିରପେକ୍ଷ ଜନତା ଦଳ (ଜେଡିଏସ୍‌)କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, କଂଗ୍ରେସ ଏବଂ ଜେଡିଏସ୍‌ ଉଭୟ ଅସ୍ଥିରତାର ପ୍ରତୀକ। ଯେଉଁ ରାଜ୍ୟେରେ କଂଗ୍ରେସ କ୍ଷମତାକୁ ଅସିଛି ଦଳୀୟ ନେତା ନିଜ ନିଜ ମଧ୍ୟରେ ଲଢ଼େଇ କରୁଛନ୍ତି। ରାଜସ୍ଥାନ ଓ ଛତିଶଗଡ଼ରେ ନିର୍ବାଚନ ବେଳେ ଦେଇଥିବା ମିଛ ପ୍ରତିଶ୍ରୁତିକୁ ନେଇ ଏବେ ସେମାନଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଛି। କଂଗ୍ରେସ ନେତାମାନେ ନିଜ ନିଜ ମଧ୍ୟରେ ଲଢ଼େଇ କରୁଥିବାବେଳେ ଏହାର ବି’ ଟିମ୍‌ ଜେଡିଏସ୍‌ କ୍ଷମତା ପାଇଁ ସ୍ବପ୍ନ ଦେଖୁଛି। ଏହି ଦଳ ଯେନତେନ ପ୍ରକାରେ ୧୫ରୁ ୨୦ ଆସନ ଦଖଲ କରି ଲୁଟ୍‌ରେ ସାମିଲ ହେବାକୁ ଉଦ୍ୟମ ଚଳାଇଛି।

ମୋ ଭାଇଙ୍କଠୁ ଶିଖ

କର୍ନାଟକ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ୧୦ ଦିନ ବାକି ଥିବାବେଳେ ଉଭୟ ଶାସକ ଭାଜପା ଏବଂ ବିରୋଧୀ କଂଗ୍ରେସ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି। କଂଗ୍ରେସ ନେତାମାନେ ଅଦ୍ୟାବଧି ତାଙ୍କୁ ୯୧ ଥର ଗାଳି କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଥିଲେ। ଏହାର ଜବାବରେ ରବିବାର କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବଗଲକୋଟର ଏକ ସଭାରେ କହିଛନ୍ତି, ସାଧାରଣ ଜୀବନରେ ଏଭଳି ଟାର୍ଗେଟକୁ ନିଜ ସପକ୍ଷକୁ ନେବା ଉଚିତ। ମୋ ଭାଇ ରାହୁଲ ଗାନ୍ଧୀଙ୍କଠାରୁ ଶିକ୍ଷାଲାଭ କରନ୍ତୁ। ସେ ଦେଶର ସ୍ବାର୍ଥ ପାଇଁ ଗୁଳିମାଡ଼ ଖାଇବାକୁ ମଧ୍ୟ ପ୍ରସ୍ତୁତ। ଭାଜପା ନେତାମାନେ ଆମ ପରିବାର ବିରୋଧରେ ବ୍ୟବହାର କରିଥିବା ଅପମାନଜନକ ଭାଷାର ତାଲିକା ପ୍ରସ୍ତୁତ କଲେ ଅନେକ ବହି ପ୍ରକାଶ କରାଯାଇପାରିବ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦି ଆପଣମାନଙ୍କ ସାମ୍ନାକୁ ଆସି ଦୁର୍ବ୍ୟବହାରର ଶିକାର ହୋଇଥିବା କହି କାନ୍ଦୁଛନ୍ତି। ମୋଦିଙ୍କ ଅଫିସ (ପିଏମ୍‌ଓ)ର କେହି ଜଣେ ତାଙ୍କ ପାଇଁ ଅପଶବ୍ଦର ତାଲିକା ପ୍ରସ୍ତୁତ କରିଥିବେ। ସମ୍ପୃକ୍ତ ଅଧିକାରୀ ଜଣକ ଲୋକଙ୍କ ସମସ୍ୟାକୁ ନେଇ ତାଲିକା କରିଥିଲେ ଭଲ ହୋଇଥାଆନ୍ତା ବୋଲି ପ୍ରିୟଙ୍କା ତାଚ୍ଛଲ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବକ୍‌ଫ କମିଟି ବୈଠକ ଅଧାରୁ ପଳାଇଲେ ବିରୋଧୀ

ନୂଆଦିଲ୍ଲୀ,୨୮ା୧୦: ଦିଲ୍ଲୀ ଓ୍ବକ୍‌ଫ ବୋର୍ଡ ରିପୋର୍ଟକୁ ବିରୋଧ କରି ବିରୋଧୀ ସଦସ୍ୟମାନେ ସୋମବାର ଓ୍ବକ୍‌ଫ ବିଲ୍‌ ବୈଠକରୁ ଉଠିଯାଇଥିଲେ। ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ ତଥା...

ଏତିକି ଟଙ୍କା ପାଇଁ ସ୍ବାମୀଙ୍କୁ ମାରି ଦେଲେ ସ୍ତ୍ରୀ: ଆଉ ତା’ପରେ ମୃତଦେହ ନେଇ..

ବେଙ୍ଗାଲୁରୁ ,୨୮ା୧୦:କର୍ନାଟକର କୋଡାଗୁ ଜିଲା ଅନ୍ତର୍ଗତ ଏକ କଫି ବଗିଚାରୁ ଜଣେ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ୩ ସପ୍ତାହ ପୂର୍ବରୁ ମିଳିଥିଲା। ପୋଲିସ ଏହା ଉପରେ...

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri