Categories: ବାଣିଜ୍ୟ

କାଫେ ଆକାଶ ମେନ୍ୟୁର ଶୁଭାରମ୍ଭ

ଭୁବନେଶ୍ୱର,୨୦।୬: ଆକାଶ ଏୟାର ପକ୍ଷରୁ ନିକଟରେ ନୂଆ କାଫେ ଆକାଶ ମେନ୍ୟୁର ଶୁଭାରମ୍ଭ କରାଯାଇଛି। ବିଶେଷକରି କମ୍ପାନୀର ସମଗ୍ର ନେଟୱର୍କରେ ଏକ ବର୍ଦ୍ଧିତ ଇନଫ୍ଲାଇଟ ଖାଦ୍ୟ ଏବଂ ପାନୀୟ ମେନ୍ୟୁର ଆରମ୍ଭ ହୋଇଯାଇଛି। ଏୟାରଲାଇନ୍ସର ଇନଫ୍ଲାଇଟ ଭୋଜନ ସେବା, କାଫେ ଆକାଶ କିଛି ମୂଳ ପସନ୍ଦକୁ ବଜାୟ ରଖିବା ସହିତ ସୁସ୍ଥ ଭୋଜନ, ଉତ୍ସବ ପ୍ରିୟ, ଗୌରମେଟ ଏବଂ ଫ୍ୟୁଜନ ଭୋଜନ ଭଳି ବିଭିନ୍ନ ପ୍ରକାରର ଭୋଜନ ବିକଳ୍ପ ସହିତ ଏହାର ଅନନ୍ୟ ଏବଂ ବିବିଧ ମେନ୍ୟୁ ସୁବିଧା ବିକଶିତ କରିଛି, ନୂତନ ମେନ୍ୟୁରେ ୬୦ରୁ ଅଧିକ ଭୋଜନ ବିକଳ୍ପ ରହିଛି, ଯାହା ସମଗ୍ର ଭାରତର ଖ୍ୟାତନାମା ରୋଷେୟାମାନଙ୍କ ସହିତ ସ୍ବତନ୍ତ୍ର ଭାବେ ପ୍ରସ୍ତୁତ ହୋଇଛି।
ଏ ସମ୍ପର୍କରେ ଆକାଶ ଏୟାରର ସହ ପ୍ରତିଷ୍ଠାତା ତଥା ମୁଖ୍ୟ ମାର୍କେଟିଙ୍ଗ ଏବଂ ଏକ୍ସପେରିଏନ୍ସ ଅଫିସର ବେଲସନ କଟିନୋ କହିଛନ୍ତି, ଭାରତ ବିଭିନ୍ନ ସଂସ୍କୃତିର ସଙ୍ଗମ ସ୍ଥଳ ଏବଂ ଏହା ଆମର ରୋଷେଇ ପରିଦୃଶ୍ୟରେ ମଧ୍ୟ ପ୍ରତିଫଳିତ ହୋଇଥାଏ ା ୬୦ରୁ ଅଧିକ ଆକର୍ଷଣୀୟ ବିକଳ୍ପ ସହିତ ଏହି ନୂଆ କାଫେ ଆକାଶ ମେନ୍ୟୁ ବିଭିନ୍ନ ପ୍ରକାରର ସ୍ବାଦିଷ୍ଟ ସ୍ନାକ୍ସ, ଭୁରି ଭୋଜନ, ମିଠା ଏବଂ ଉସତ୍ବ ପ୍ରିୟ ଭୋଜନ ସହିତ ଅତ୍ୟନ୍ତ ଯନତ୍ର ସହ ପ୍ରସ୍ତୁତ ହୋଇଛି।

Share