ମୁମ୍ବାଇ,୭।୪: ଚେନ୍ନାଇ ସୁପରକିଙ୍ଗ୍ସ ବିପକ୍ଷରେ ଶନିବାର ଖେଳାଯିବାକୁ ଥିବା ଆଇପିଏଲ୍ର ଦ୍ୱିତୀୟ ମ୍ୟାଚ୍କୁ ଖେଳିପାରିବେ ନାହିଁ ଦିଲ୍ଲୀ କ୍ୟାପିଟାଲ୍ସର ଦ୍ରୁତ ବୋଲର କଗିସୋ ରବାଡା ଏବଂ ଏନ୍ରିଚ୍ ନୋର୍ଟଜେ। ଉଭୟ ମଙ୍ଗଳବାର ମୁମ୍ବାଇ ପହଞ୍ଚିଛନ୍ତି। ହେଲେ ପ୍ରୋଟୋକଲ ଅନୁଯାୟୀ ଖେଳାଳିଙ୍କୁ ୭ ଦିନ କ୍ୱାରାଣ୍ଟାଇନ୍ରେ ରହିବାକୁ ପଡ଼ୁଥିବାରୁ ଉଭୟ ମ୍ୟାଚ୍ ଖେଳିପାରିବେ ନାହିଁ।
ଗତ ସିଜିନରେ ଫାଇନାଲରେ ପରାଜିତ ହୋଇଥିଲେ ହେଁ ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ରୋମାଞ୍ଚକର ଥିଲା। ହେଲେ ଚଳିତ ଥର ନିୟମିତ ଅଧିନାୟକ ଶ୍ରେୟାସ ଆୟାର ଆହତ ସମସ୍ୟା ଦେଇ ଗତି କରୁଥିବାରୁ ଦାୟିତ୍ୱ ନିର୍ବାହ କରିପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଋଷଭ ପନ୍ତଙ୍କୁ ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ନୂତନ ଅଧିନାୟକଙ୍କ ନେତୃତ୍ୱରେ ଦଳ ଓହ୍ଲାଉଥିବାରୁ ପ୍ରଥମ ମ୍ୟାଚ୍ଟି ବେଶ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି।