କରାଚି,୨୮।୧: ପାକିସ୍ତାନ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଏଠାରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚ୍ର ତୃତୀୟ ଦିନରେ ଇତିହାସ ରଚିଛନ୍ତି କାଗିସୋ ରବାଡା। କ୍ୟାରିୟରର ୪୪ତମ ଟେଷ୍ଟରେ ସେ ୨୦୦ ଉଇକେଟ ନେବାର ରେକର୍ଡ କରିଛନ୍ତି। ବୟସ ଦୃଷ୍ଟିରୁ ଏପରି କରିବାରେ ସେ ଦ୍ରୁତତମ ଅଣଏସୀୟ ଖେଳାଳି ପାଲଟିଛନ୍ତି। ୨୫ ବର୍ଷ ୨୪୮ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି।
ରାବାଡା ୪୪ ଟେଷ୍ଟର ୭୯ ପାଳିରେ ବୋଲିଂ କରି ୨୦୦ ଉଇକେଟ ପୂରଣ କରିଛନ୍ତି। ଟେଷ୍ଟରେ ୪୦.୮ ଷ୍ଟ୍ରାଇକ୍ ରେଟ୍ରେ ସେ ୨୦୦ ଉଇକେଟ ନେଇଛନ୍ତି। ବିଶ୍ୱରେ ସବୁଠାରୁ ଉଲ୍ଲେଖନୀୟ ପ୍ରଦର୍ଶନ ବୋଲି ଏହାକୁ ଧରାଯାଉଛି। ଏଭଳି ଉପଲବ୍ଧି ହାସଲ କରିବାରେ ଦକ୍ଷିଣ ଆଫ୍ରିକାର ୮ନଂ ବୋଲର୍ ହୋଇଛନ୍ତି ସେ। ତେବେ ମାତ୍ର ୮୧୭୩ ବଲ୍ରେ ସେ ୨୦୦ ଉଇକେଟ ନେଇଥିବା ଜଣାପଡ଼ିଛି।