ଆମିରଙ୍କ ପ୍ରେମରେ ପଡ଼ିଯିବେ ବୋଲି ଡରୁଥିଲେ ଏହି ଅଭିନେତ୍ରୀ, ଏପରି କହିଥିଲେ ମନକଥା…

ବମ୍ବେ: ଅଭିନେତାଙ୍କୁ କେହି ପସନ୍ଦ କରିବା ସ୍ବାଭାବିକ କଥା। ହେଲେ ଯଦି କେବେ ତାଙ୍କ ସହ କାମ କରିବାର ସୁଯୋଗ ମିଳିଯାଏ ତେବେ ହଠାତ୍‌ ବିଶ୍ୱାସ କରିହୁଏନା। ସେଭଳି କିଛି ଘଟିଥିଲା ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ କ୍ଷେତ୍ରରେ। ଚଳଚ୍ଚିତ୍ର ‘ଗୁଲାମ୍‌’ରେ ଅଭିନେତା ଆମିର ଖାନ୍‌ଙ୍କ ବିପକ୍ଷରେ ସେ କାମ କରିଥିଲେ।

ଆମିରଙ୍କ ନାୟିକା ସାଜିବା ରାନୀଙ୍କ ପାଇଁ ବଡ଼ କଥା ଥିଲା। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ହୋଇଥିଲା। ପିଲାଟିଦିନୁ ସେ ଆମିରଙ୍କ ଫିଲ୍ମ ଦେଖି ଆସୁଥିଲେ। ଏଣୁ ସେହି ହିରୋଙ୍କୁ ନାୟକ ଭାବେ ପାଇବା ପରେ ସେ ଡରିଯାଇଥିଲେ। ଆମିରଙ୍କ ସହ ରୋମାଣ୍ଟିକ୍‌ ଦୃଶ୍ୟର ଶୁଟିଂ କରୁ କରୁ ତାଙ୍କ ପ୍ରେମରେ ପଡ଼ିଯିବେ ବୋଲି ସେ ଡରୁଥିଲେ। ଏଥିପାଇଁ ସେ ଅଭିନେତାଙ୍କ ମୁହଁକୁ ନ ଚାହିଁ ଅନେକ ଦିନ ପାଦକୁ ଚାହୁଁଥିଲେ।

ରଜତ ଶର୍ମାଙ୍କ ‘ଆପ୍‌କି ଅଦାଲତ’ରେ ଏ ବିଷୟରେ କହିଥିଲେ ରାନୀ। କିଭଳି ଫିଲ୍ମ ପାଇଁ ମିଛ ପ୍ରେମ କରୁ କରୁ ସତ ସତିକା ପ୍ରେମରେ ପଡ଼ିବାକୁ ଡରୁଥିବା ସେ କହିଥିଲେ। ପରେ ଆମିର ଉକ୍ତ ଶୋ’କୁ ଆସିବା ପରେ ରଜତ ତାଙ୍କୁ ଏହା ଜଣାଇଥିଲେ। କଥା ଶୁଣି ଚମକି ପଡ଼ିଥିଲେ ଆମିର। ଏପରିକି କିଛି ସମୟ ଲାଜେଇ ଯାଇ ପ୍ରଥମରୁ କହିଥିଲେ କିଛି ହୋଇପାରିଥାନ୍ତା ବୋଲି କହିଥିଲେ।

Share