ଜନ୍ମଦିନରେ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି ଏହି ପ୍ରସିଦ୍ଧ କଳାକାର

କୈଳାଶ ଖେର ଅନନ୍ୟ ସ୍ବର ପାଇଁ ଜଣାଶୁଣା। ବଲିଉଡ୍‌ର ଏହି ପ୍ରସିଦ୍ଧ ଗାୟକ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି। କୈଳାଶଙ୍କ ଅନେକ ଫ୍ୟାନ୍‌ ଅଛନ୍ତି। କଳା ପ୍ରଦର୍ଶନ କରିବାକୁ ଦେଶ ଏବଂ ବିଦେଶର କୋଣ ଅନୁକୋଣକୁ ଯାଇଥାନ୍ତି। ଏହି ଶିଖରରେ ପହଞ୍ଚିବାକୁ ପଦ୍ମଶ୍ରୀ କୈଳାଶ ଖେର ପାଇଁ ସହଜ ନ ଥିଲା। ଜୀବନରେ ସଂଘର୍ଷ କରିବାକୁ ପଡିଥିଲା। ଅନେକଥର ତାଙ୍କ ସ୍ବର ପ୍ରତ୍ୟାଖ୍ୟାନ କରାଯାଇଥିଲା। କିନ୍ତୁ ଆଜି ସେ ଏପରି ସ୍ଥିତିରେ ପହଞ୍ଚିଛନ୍ତି ଯେ ତାଙ୍କ ଜନ୍ମଦିନ ଅବସରରେ ସେ ପ୍ରତିବର୍ଷ ଏକ ନୂତନ ପ୍ରତିଭାଙ୍କୁ ସୁଯୋଗ ଦିଅନ୍ତି।
ଅନେକ ସଂଘଷର୍ଶ ଭିତରେ ସେ ସଫଳତା ପାଇଥିବାରୁ ଖେର ହୃଦୟଙ୍ଗମ କରିଥିଲେ ଯେ ବିଶ୍ୱରେ ବହୁତ ପ୍ରତିଭାବାନ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜ କଳା ପ୍ରଦର୍ଶନ କରିବାକୁ କୌଣସି ପ୍ଲାଟଫର୍ମ ପାଇ ନାହାଁନ୍ତି। ତେଣୁ କୈଳାଶ ଖେର ନେୟି ଉମଙ୍ଗ ନାମକ ଏକ ସଂଗଠନ ଗଢିଥିଲେ। ଯେଉଁଠାରେ ନୂତନ ପ୍ରତିଭାଙ୍କୁ ସ୍ଥାନ ଦିଆଯାଏ। ପ୍ରତିବର୍ଷ ସେ ତାଙ୍କ ଜନ୍ମଦିନ ଅବସରରେ ନୂତନ ପ୍ରତିଭା ଆରମ୍ଭ କରନ୍ତି। କୈଳା ବିଭିନ୍ନ ହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ କିସନା, ଟାଙ୍ଗୋ ଚାର୍ଲି, କାଲ, ସରକାର, କିୟୁଁକି, ଦୋସ୍ତି, ଫାନା, ଆପ କି ଖାତିର, କର୍ପୋରେଟ, ଟ୍ରାଫିକ ସିଗନାଲ, ଆଜା ନଚଲେ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ। ଚଳଚ୍ଚିତ୍ର ଦସବିଦାନୀୟାରେ ଗାଇଥିବା ତାଙ୍କ ଗୀତ ମେରି ମାଁ ସୁପରହିଟ ହୋଇଥିଲା। ଏହା ପରେ ସେ ଦିଲ୍ଲୀ ୬, ଅଜବ ପ୍ରେମ କି ଗଜାବ କାହାନି, କମିନେ, କାର୍ତ୍ତିକ କଲିଂ କାର୍ତ୍ତିକ, ପାଠଶାଳା, ତେରେ ନାଲ ଲଭ ହୋ ଗୟା, କାୟା ସୁପର କୁଲ ହୈ ହମ, ବାହୁବଳୀ ଏବଂ ପୋଷ୍ଟର ବଏଜ୍‌ ଫିଲ୍ମରେ ମଧ୍ୟ ଗୀତ ଗାଇଛନ୍ତି।

Share