Categories: ଜାତୀୟ

କୈଳାଶ ବିଜୟବର୍ଗିୟଙ୍କ ଭବିଷ୍ୟବାଣୀ: ଲୋକ ସଭା ନିର୍ବାଚନରେ ୪୦୦ରୁ ଅଧିକ ଆସନ ଜିତିବ ଭାଜପା

ଇନ୍ଦୋର,୪।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ଚମତ୍କାର ବିଜୟ ପରେ ଦଳର ବରିଷ୍ଠ ନେତା କୈଳାଶ ବିଜୟବର୍ଗିୟ ଏକ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି,ଆସନ୍ତା ବର୍ଷ ଲୋକ ସଭା ନିର୍ବାଚନରେ ଭାଜପା ୪୦୦ ରୁ ଅଧିକ ଆସନ ଜିତିବାକୁ ଯାଉଛି।
ବିଜୟବର୍ଗିୟ କହିଛନ୍ତି, ନିର୍ବାଚନ ଫଳାଫଳରୁ ସ୍ପଷ୍ଟ ଜଣାପଡୁଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୌଣସି ନେତାଙ୍କ ସହ ତୁଳନା କରାଯାଇପାରିବ ନାହିଁ। ମୋଦିଙ୍କ ପରି କୌଣସି ନେତା ବିଶ୍ୱାସଯୋଗ୍ୟ ନୁହଁନ୍ତି। ଲୋକ ସଭା ନିର୍ବାଚନରେ ଆମେ ୪୦୦ରୁ ଅଧିକ ଜିତିବୁ। ମୁଁ ଜଣେ ଜ୍ୟୋତିଷ ନୁହେଁ କିନ୍ତୁ ମୋର ଭବିଷ୍ୟବାଣୀ ତୃଣମୂଳ ସ୍ତରର ତଥ୍ୟ ଉପରେ ଆଧାରିତ।

Share