Categories: ଜାତୀୟ

ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ସିଏଏ: ବିଜୟଭର୍ଗିୟ

ନୂଆଦିଲ୍ଲୀ,୬ ।୧୨: ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା କୈଳାଶ ବିଜୟଭର୍ଗିୟ ନାଗରିକ ସଂଶୋଧନ ଆଇନ(ସିଏଏ)ଆସନ୍ତା ବର୍ଷ ଜାନୁୟାରୀରେ ଲାଗୁ ହୋଇପାରେ ବୋଲି କହିଛନ୍ତି । ଭାଜପାର ରାଷ୍ଟ୍ରୀୟ ମହାସଚିବ ଅଭିଯୋଗ କରିଛନ୍ତି ତ୍ରୁଣମୂଳ କଂଗ୍ରେସ ସରକାର ଶରଣାର୍ଥୀଙ୍କ ପ୍ରତି ସହାନୁଭୁତି ଦେଖାଉ ନାହିଁ । ତେଣୁ ଭାଜପା ସରକାର ଆସନ୍ତା ବର୍ଷ ସିଏଏ ଲାଗୁ କରିବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି । ବିଜୟଭର୍ଗିୟ ଆହୁରି ମଧ୍ୟ କହିଛନ୍ତି ଉତ୍ପିଡନ ପାଇଁ ପଳାଇ ଆସିଥିବା ଶରଣାର୍ଥୀଙ୍କୁ ନାଗରିକତା ଦେବାକୁ ସିଏଏ ଲାଗୁ କରାଯାଇଛି । ତେବେ ବିଜୟଭର୍ଗିୟଙ୍କ ଟିପ୍ପଣିର ଉତ୍ତର ଦେବାକୁ ଯାଇ ପଶ୍ଚିମବଙ୍ଗ ତ୍ରୁଣମୂଳ କଂଗ୍ରେସ ନେତା ତଥା ମନ୍ତ୍ରୀ ଫରହାଦ ହାକିମ କହିଛନ୍ତି ଭାଜପା ପଶ୍ଚିମବଙ୍ଗ ଜନତାଙ୍କୁ ମୁର୍ଖ କରିବାକୁ ଚେଷ୍ଟା କରୁଛି । ସିଏଏରେ ପାକିସ୍ତାନ, ବାଂଲାଦେଶ, ଓ ଆଫଗାନୀସ୍ତାନରୁ ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ହିନ୍ଦୀ, ଶିଖ, ବୌଦ୍ଧ, ଇସାଇ, ଜୈନ ଓ ପାର୍ସି ଶରଣାର୍ଥୀଙ୍କୁ ଭାରତର ନାଗରିକତା ଦେବାର ବ୍ୟବସ୍ଥା ରହିଛି ।

Share