ନିଜ ଅସୁସ୍ଥତା ବିଷୟରେ ଖୋଲାଖୋଲି କଥା ହେଲେ କାଜଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ କାଜଲ ଅଗ୍ରୱାଲ କିଛି ନା କିଛି କାରଣ ପାଇଁ ଗତ କିଛିମାସ ହେବ ରହୁଛନ୍ତି ଚର୍ଚ୍ଚାରେ । ଅଳ୍ପଦିନ ପୂର୍ବେ ବିବାହ କରିଥିବା ଏହି ଅଭିନେତୀ ଏବେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ରୋଗ ବିଷୟରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି । କଥା ହେଲା ଅଭିନେତ୍ରୀ ଆଜମାରେ ପୀଡ଼ିତ । ତେବେ ସେ ଏ ସମ୍ପର୍କରେ କହିଛନ୍ତି ପିଲାବେଳେ ଯେତେବେଳେ ଜଣାପଡିଲା ଯେ ତାଙ୍କୁ ବ୍ରୋଙ୍କାଇଟିସ୍ ଆଜମା ସେତେବେଳେ ସେ ଡରି ଯାଇଥିଲେ । ଆଉ ସବୁଠାରୁ କଷ୍ଟଥିଲା ତାଙ୍କର ପସନ୍ଦର ଖାଦ୍ୟ ଖାଇବାକୁ ତାଙ୍କୁ ବାରଣ କରାଯାଇଥିଲା । ବିଶେଷ କରି ଡାଏରୀ ପ୍ରଡକ୍ଟ ଓ ଚକୋଲେଟ ନ ଖାଇବାକୁ କୁହାଯାଇଥିଲା କାଜଲଙ୍କୁ । ଯାହା ତାଙ୍କପାଇଁ ସବୁଠାରୁ କଷ୍ଟକର ବ୍ୟାପାର ଥିଲା ବୋଲି ସେ କହିଛନ୍ତି । ନିକଟରେ ଏକ ଇନଷ୍ଟାଗ୍ରାମ ପୋଷ୍ଟରେ ସେ ଏ ବିଷୟରେ ଖୋଲି କହିଛନ୍ତି । ଆଉ ଆଜମାରେ ପୀଡିତ ହେବା ପରେ ଇନହେଲରର ଭୂମିକାକୁ ନେଇ ବି ଆଲୋଚନା କରିଛନ୍ତି କାଜଲ । ସେ କହିଛନ୍ତି ସର୍ବସାଧାରଣ ସ୍ଥାନରେ ଇନହେଲର ନେବାରେ ବି ସେ କୌଣସି କୁଣ୍ଠା ପ୍ରକାଶ କରନ୍ତି ନାହିଁ । କାରଣ ଆମ ଦେଶରେ ଧୂଳି, ଧୂଆଁ ଯୋଗୁ ବେଳେବେଳେ ଅଣନିଶ୍ୱାସି ଲାଗୁଥିବାରୁ ସେ ବହୁ ଅସୁବିଧାରେ ପଡିଛନ୍ତି ବୋଲି କହିଛନ୍ତି । ତେଣୁ ଇନହେଲର ନେବାରେ ସେମିତି କିଛି ଲାଜ ଲାଗେନି ବୋଲି କହିଛନ୍ତି କାଜଲ । ନାୟିକା କାଜଲଙ୍କ ଆଜମା ବିଷୟରେ ଜାଣିବା ପରେ ତାଙ୍କ ପ୍ରଶଂସକ ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି ।

Share