ନୂଆ ଅତିଥିଙ୍କୁ ସ୍ୱାଗତ କରିବାକୁ ଉତ୍ସାହିତ କାଜଲ

ମୁମ୍ବାଇ: ବଲିଉଡର ସିଂଘମ ଆକ୍ଟ୍ରେସ କାଜଲ ଅଗ୍ରୱାଲ ଏବେ ଖୁବ୍ ଖୁସି ଅଛନ୍ତି । କାରଣ ଏବେ ସେ ମା’ହେବାକୁ ଯାଉଛନ୍ତି । କିଛିଦିନ ତଳେ କାଜଲଙ୍କ ସ୍ୱାମୀ ଗୌତମ କିଚଲୁ ଏହି ଖୁସି ଖବରଟି ଦେଇଥିଲେ । ଏହାପରେ ଏହି ଦମ୍ପତିଙ୍କୁ ଏୟାରପୋର୍ଟରେ ସ୍ପଟ କରାଯାଇଥିଲା । ଆଉ ସେତେବେଳେ କାଜଲଙ୍କ ବେବି ବମ୍ପ ସ୍ପଷ୍ଟ ବାରି ହୋଇ ପଡୁଥିଲା । ଏବେ କାଜଲ ଅଗ୍ରୱାଲ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ତାଙ୍କ ଖୁସି ଜାହିର କରିଛନ୍ତି । ସେ ନୂଆ ଅତିଥିଙ୍କୁ କିପରି ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି ସେ କଥା କହିଛନ୍ତି । ଏହାସହ ସେ ଚଳିତ ବର୍ଷକୁ ନେଇ ଖୁବ୍ ଏକ୍ସାଇଟେଡ ଥିବା କହିଛନ୍ତି । ଶେୟାର କରିଥିବା ଭିଡିଓଟି ଏକ ପେଗ୍ନାନ୍ସି କିଟର ବିଜ୍ଞାପନ ହୋଇଥିବା ବେଳେ ଏହାର କ୍ୟାପଶନରେ କାଜଲ ଯାହା ଲେଖିଛନ୍ତି ଏଥିରୁ ସ୍ପଷ୍ଟ ବାରି ହୋଇ ପଡିଛି ଯେ ସେ ତାଙ୍କ ଶିଶୁକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । କାଜଲ ଲେଖିଛନ୍ତି ଚଳିତ ବର୍ଷ ମୁଁ ମୋ ଆଗାମୀ ଶିଶୁକୁ ନେଇ ଖୁବ୍ ଏକ୍ସାଇଟେଡ ଅଛି । ମୋ ଖୁସିର ସୀମା ନାହିଁ । ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି । କାରଣ ମୋର ପ୍ରେଗ୍ନାନ୍ସି ଜର୍ଣ୍ଣିର ଆରମ୍ଭ ଠିକ୍ ଭାବେ ହୋଇଛି । ସୂଚନଯୋଗ୍ୟଏ ଏହାର କିଛିଦିନ ପୂର୍ବରୁ ଗୌତମ କାଜଲଙ୍କର ଏକ ଫଟୋ ଶେୟାର କରି ସେ ପ୍ରେଗ୍ନେଣ୍ଟ ଥିବା ଖବର ଦେଇଥିଲେ । ଆଉ ଏହାପରେ କାଜଲଙ୍କ ନିକଟକୁ ଛୁଟିଥିଲା ଶୁଭେଚ୍ଛାରେ ସୁଅ ।

Share