ମ୍ୟାଟରନିଟି ଫଟୋଶୁଟ ଶେୟାର କଲେ କାଜଲ

ମୁମ୍ବାଇ: ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ସେ ତାଙ୍କ ପ୍ରେଗ୍ନେସି ପିରିୟଡକୁ ଖୁସିରେ କାଟିବାକୁ ଚାହୁଁଛନ୍ତି । ସେଥିପାଇଁ ସେ କିଛି ନା କିଛି କରୁଥିବା ସବୁବେଳେ ନଜର ଆସିଛି । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ଏହି ନାୟିକା ନିକଟରେ ତାଙ୍କ ମ୍ୟାଟରନିଟି ଫଟୋଶୁଟର କିଛି ଫଟୋ ଶେୟାର କରିଛନ୍ତି । ଯେଉଁଥିରେ ସେ ଖୁବ୍ ସୁନ୍ଦର ଲାଗୁଛନ୍ତି । ବ୍ଲାକ ଅଫ୍ ସୋଲଜର କଟ୍ ଡ୍ରେସରେ ସିଜଲିଙ୍ଗ ଅବତାରରେ ଫଟୋ ଶେୟାର କରିଛନ୍ତି କାଜଲ । ଏଥିରେ ସେ ଗ୍ଲାମରସ ଅନ୍ଦାଜରେ ପୋଜ ଦେଉଥିବା ଦେଖାଯାଇଛି । କାଜଲଙ୍କର ଏହି ଫଟୋ ଦେଖି ପ୍ରଶଂସକ ଦିୱାନା ହୋଇଯାଇଛନ୍ତି । ଏହାସହ କାଜଲଙ୍କର ଖୁବ୍ ପ୍ରଶଂସା ବି କରୁଛନ୍ତି ।
ଏହି ସମୟ କାଜଲଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସେ ଅଧିକାଂଶ ସମୟ ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କ ସହ ଶେୟାର କରୁଛନ୍ତି । ଆଉ ଏହି ସମୟରେ ତାଙ୍କ ଚେହେରାରେ ପୂର୍ବାପେକ୍ଷା ଅଧିକ ଗ୍ଲୋ ଦେଖାଯାଉଛି ବୋଲି କୁହୁଛନ୍ତି ପ୍ରଶଂସକ । ମାତ୍ର କେଇ ମିନିଟ ମଧ୍ୟରେ କାଜଲଙ୍କ ମ୍ୟାଟରନିଟି ଫଟୋ ଗୁଡିକ ଭାଇରାଲ ହୋଇଯାଇଛି ।

Share