ବିବାହ ପୂର୍ବରୁ ଫାଷ୍ଟ ଲୁକ୍ ଶେୟାର କଲେ କାଜଲ

ମୁମ୍ବାଇ: ବଲିଉଡ୍ ନାୟିକା କାଜଲ ଅଗ୍ରୱାଲ ୩୦ ଅକ୍ଟୋବରରେ ବିବାହ ବେଦୀରେ ବସିବାକୁ ଯାଉଛନ୍ତି । ସେ ତାଙ୍କର ଲଙ୍ଗ ଟର୍ମ ବୟଫ୍ରେଣ୍ଡ ଗୌତମ କିଚଲୁଙ୍କ ହାତ ଧରିବାକୁ ଯାଉଛନ୍ତି । ହେଲେ ବାହାଘରର କିଛି ସମୟ ପୂର୍ବରୁ କାଜଲ ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି । ଏହି ଫଟୋଟି ତାଙ୍କ ପ୍ରଶଂସକଙ୍କୁ ଖୁବ୍ ପସନ୍ଦ ମଧ୍ୟ ଆସିଛି । ଫଟୋରେ କାଜଲ ବଧୂ ବେଶରେ ସଜେଇ ହୋଇଥିବା ଦେଖାଯାଇଛି । ହେଲେ ଏଥିରେ ସେ ତାଙ୍କର ସମ୍ପୂର୍ଣ୍ଣ ବ୍ରାଇଡାଲ ଲୁକ୍ ରିଭିଲ କରିନାହାନ୍ତି । ଫଳରେ ତାଙ୍କ ବ୍ରାଇଡାଲ ଲୁକ୍ ଦେଖିବାକୁ ପ୍ରଶଂସକଙ୍କ ମନରେ ଆହୁରି ଉତ୍ସୁକତା ବଢି ଯାଇଛି । ଶେୟାର କରାଯାଇଥିବା ଫଟୋଟି ବ୍ଲାକ ଆଣ୍ଡ ହ୍ୱାଇଟ ହୋଇଥିବା ବେଳେ ଏଥିରେ କାଜଲ ମେକଅପ୍‌, ଗହଣା, ହେୟାର ଷ୍ଟାଇଲ , ହାତରେ ଚୁଡି ପିନ୍ଧିଥିବା ଦେଖାଯାଇଛି । ହେଲେ ସେ ତାଙ୍କର ୱେଡିଂ ଡ୍ରେସ୍ ପିନ୍ଧି ନାହାନ୍ତି । ପଛରେ ତାଙ୍କ ଲେହେଙ୍ଗା ଟଙ୍ଗା ହୋଇଥିବା ଦେଖାଯାଉଛି । ଆଉ ଫଟୋ ଶେୟାର କରି କାଜଲ କ୍ୟାପଶନରେ ଲେଖିଛନ୍ତି, ଝଡ ପୂର୍ବର ଶାନ୍ତି । ଏହା ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି ।

Share