ପ୍ରଶଂସକଙ୍କ ମନ ଜିଣୁଛି କାଜଲ ଅଗ୍ରଓ୍ବାଲଙ୍କ ଅନ୍ତରଙ୍ଗ ଫଟୋ

ବଲିଉଡ ଓ ଟଲିଉଡ୍‌ ଫ୍ୟାନ୍ସଙ୍କ ଅନ୍ୟତମ ଫେଭରାଇଟ୍‌ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ ଲକ୍‌ଡାଉନ ସମୟରେ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି କିଛି ଅନ୍ତିରଙ୍ଗ ଫଟୋ। ଫଟୋରେ ଅବଶ୍ୟ ସ୍ବାମୀ ଗୌତମ କିଚଲୁ ଅଛନ୍ତି। ଏହାସତ୍ତ୍ୱେ କାଜଲଙ୍କ ଫଟୋ ପ୍ରଶଂସକଙ୍କ ମନ ଜିଣୁଛି। ଅପଲୋଡ୍‌ ହେବାର କିଛି ଘଣ୍ଟା ମଧ୍ୟରେ ଫଟୋକୁ ମିଳିଛି ୮.୪୫ ଲକ୍ଷ ଲାଇକ୍‌।

ଗତବର୍ଷ ଅକ୍ଟୋବର ୩୦ ତାରିଖରେ ଦୀର୍ଘଦିନର ବନ୍ଧୁ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ କାଜଲ। ନିକଟରେ ବଲିଉଡ୍‌ ଫିଲ୍ମ ‘ମୁମ୍ବାଇ ସାଗା’ରେ ନଜର ଆସିଥିବା ଏହି ଅଭିନେତ୍ରୀଙ୍କ ହାତରେ ୫ରୁ ୬ଟି ଫିଲ୍ମ ରହିଛି। ସେଗୁଡ଼ିକ ମଧ୍ୟରେ ରହିଛି କମଲ ହାସନଙ୍କ ସହ ‘ଇଣ୍ଡିଆନ ୨’ ଓ ଚିରଞ୍ଜୀବିଙ୍କ ‘ଆଚାର୍ଯ୍ୟ’ ଭଳି ଫିଲ୍ମ।

Share