ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କ ହାତରେ ଲାଗିଲା ମେହେନ୍ଦି

ବଲିଉଡ ଏବଂ ଦକ୍ଷିଣ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଜଣାଶୁଣା ଅଭିନେତ୍ରୀ କାଜଲ ଅଗ୍ରୱାଲଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଛି। ଅକ୍ଟୋବର ୩୦ରେ ସେ ତାଙ୍କ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ବିବାହ ପୂର୍ବରୁ ମେହେନ୍ଦି ସମାରୋହରେ ଆୟୋଜିତ ହୋଇଛି। କାଜଲ ତାଙ୍କ ଇନଷ୍ଟାଗ୍ରାମରେ ମେହେନ୍ଦି ସମାରୋହର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ କାଜଲ ସବୁଜ ରଙ୍ଗର ଶୁଟ ପିନ୍ଧିଛନ୍ତି ଏବଂ ତାଙ୍କ ଦୁଇ ହାତରେ ମେହେନ୍ଦି ଲାଗିଛି। ସେ ବେଶ୍‌ ଖୁସି ଥିବା ନଜର ଆସୁଛନ୍ତି। କାଜଲ ଏବଂ ଗୌତମ କିଚଲୁଙ୍କ ବିବାହ ମୁମ୍ବାଇରେ ଅନୁଷ୍ଠିତ ହେବ। କରୋନା ଯୋଗୁ ଏହି ବିବାହରେ ବେଶୀ ଅତିଥି ଯୋଗ ଦେବେ ନାହିଁ। ଦଶହରା ଅବସରରେ କାଜଲ ଅଗ୍ରୱାଲ ସୋସିଆଲ ମିଡିଆରେ ପ୍ରଥମଥର ପାଇଁ ଗୌତମ କିଚଲୁଙ୍କ ସହ ଫଟୋ ଶେୟାର କରିଥିଲେ। ଏହି ଫଟୋଗୁଡ଼ିକରେ ଉଭୟଙ୍କ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ। ଗୌତମ ଜଣେ ଇଣ୍ଡେରିୟର୍‌ ଡିଜାଇନର୍‌ ବୋଲି ଜଣାପଡିଛି।

Share