ମା’ ହେଲେ ଅଭିନେତ୍ରୀ

ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ ଉଭୟଙ୍କ ପରିବାରରେ ଖୁସିର ଲହରି ଖେଳିଯାଇଛି। ଏବେ ପ୍ରଶଂସକମାନେ ପୁଅର ମୁହଁ ଦେଖିବାକୁ ଉତ୍କଣ୍ଠା ପ୍ରକାଶ କରିଛନ୍ତି।

୨୦୨୦ ଅକ୍ଟୋବର ୩୦ରେ ଦୀର୍ଘ ଦିନର ପ୍ରେମିକ ତଥା ବ୍ୟବସାୟୀ ଗୌତମଙ୍କୁ ବିବାହ କରିଥିଲେ କାଜଲ। ଏହାପରଠାରୁ ସେ ଗର୍ଭବତୀ ଥିବା ନେଇ କଳ୍ପନାଜଳ୍ପନା ଜାରି ରହିଥିଲା। ହେଲେ ଚଳିତ ବର୍ଷ ଜାନୁୟାରୀରେ ଗୌତମ ଏନେଇ ସ୍ପଷ୍ଟ କରିଥିଲେ। ନିଜର ଇନ୍‌ଷ୍ଟାଗ୍ରାମରେ ସେ ସହ ଫଟୋ ଶେୟାର କରି କାଜଲ ଗର୍ଭବତୀ ଥିବା ପ୍ରଶଂସକଙ୍କୁ ଜଣାଇଥିଲେ।

Share