ନିକଟରେ ଅଭିନେତ୍ରୀ କାଜଲ ଅଗ୍ରୱାଲ ପ୍ରେମିକ ଗୌତମ କିଚଲୁଙ୍କୁ ବିବାହ କରିଥିଲେ। ସୋସିଆଲ ମିଡିଆରେ କାଜଲଙ୍କ ବିବାହ ଫଟୋ ଭାଇରାଲ ହୋଇଥିଲା। ବିବାହ ପରେ ସେ ତାଙ୍କ ଶାଶୁଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କାଜଲ ତାଙ୍କ ଶାଶୁଙ୍କ ସହ ଫଟୋ ଶେୟାର କରିଛନ୍ତି। ଏହି ଫଟୋ ଗୁଡିକ କାଜଲଙ୍କ ବିବାହର। ଫଟୋରେ ସେ ଏବଂ ତାଙ୍କ ଶାଶୁଙ୍କ ମଧ୍ୟରେ ଭଲ ବନ୍ଧନ ଥିବା ଦେଖିବାକୁ ମିଳୁଛି। ଗୋଟିଏ ଫଟୋରେ କାଜଲ ତାଙ୍କ ଶାଶୁଙ୍କ ହାତରେ ଚୁମ୍ବନ ଦେଉଥିବା ବେଳେ ଦ୍ୱିତୀୟ ଚିତ୍ରରେ ଦୁହେଁ ଏକାଠି ପୋଜ୍ ଦେଉଛନ୍ତି।
ସେ କ୍ୟାପଶନରେ ଲେଖିଛନ୍ତି- ମୋ ଜୀବନରେ ତୁମକୁ ପାଇ ମୁଁ ଅଧିକ କୃତଜ୍ଞ ହୋଇପାରିଛି। ଜନ୍ମଦିନର ଶୁଭେଚ୍ଛା ମା’। କାଜଲ ଶାଶୁ ଧିରା କିଚଲୁଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି। କାଜଲଙ୍କ ଭଉଣୀ ନିଶା ଅଗ୍ରୱାଲ ମଧ୍ୟ ଏହି ଚିତ୍ରଗୁଡ଼ିକ ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି- “ଜନ୍ମଦିନର ଶୁଭେଚ୍ଛା ଧରା ମାଉସୀ”।