ଫିଲ୍ମ ବ୍ୟତୀତ ଘରଭଡ଼ାରୁ ଏତିକି ଟଙ୍କା ରୋଜଗାର କରିଥାନ୍ତି କାଜଲ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଫିଲ୍ମ ଏବଂ ବିଜ୍ଞାପନରେ କାମ କରିବା ପାଇଁ ବହୁତ ଫି’ ଦାବି କରିଥାନ୍ତି। କିନ୍ତୁ ଏହି ସେଲିବ୍ରିଟିମାନଙ୍କ ରୋଜଗାରର ଉତ୍ସ କେବଳ ଏହା ମଧ୍ୟରେ ବି ସୀମିତ ନୁହେଁ। ଅନେକ ଷ୍ଟାର୍‌ ଫିଲ୍ମ, ସିରିୟଲ, ବିଜ୍ଞାପନରୁ ଯେତିକି ବି ପାରିଶ୍ରମିକ ପାଇଥାନ୍ତି ତା’ଠୁ ଢେର ରୋଜଗାର କରିଥାନ୍ତି ନିଜ ଘରକୁ ଭଡ଼ା ଦେଇ। ଏହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଅଭିନେତ୍ରୀ କାଜଲ ହେଉଛନ୍ତି ଅନ୍ୟତମ।

୯୦ ଦଶକରେ ପ୍ରତ୍ୟେକ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଥିଲେ ଏହି ଅଭିନେତ୍ରୀ। ବର୍ତ୍ତମାନ ସୁଦ୍ଧା ସେ ଅନେକ ସୁପରହିଟ୍‌ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି। କାଜଲ ସୁପରଷ୍ଟାର ଅଜୟ ଦେବଗନଙ୍କୁ ବିବାହ କରିବା ପରେ ତାଙ୍କ ସହିତ ଏକ ବିଳାସପୂର୍ଣ୍ଣ ବଙ୍ଗଳାରେ ରହୁଛନ୍ତି। ମୁମ୍ବାଇସ୍ଥିତ ଏକ ଆପାର୍ଟମେଣ୍ଟରୁ ଭଡ଼ା ବାବଦରେ କାଜଲ ମାସକୁ ୯୦୦୦୦ ଟଙ୍କା ରୋଜଗାର କରିଥାନ୍ତି ବୋଲି ଜଣାପଡ଼ିଛି।

Share