ଦୀର୍ଘଦିନ ପରେ ସୋସିଆଲ ମିଡିଆକୁ ଫେରିଲେ କାଜଲ

ମୁମ୍ବାଇ: ଆଜିକାଲି କାଜଲ ଅଗ୍ରଓ୍ବାଲ ତାଙ୍କ ମାତୃତ୍ୱକୁ ଉପଭୋଗ କରୁଛନ୍ତି। ଦୀର୍ଘଦିନ ପରେ ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କିଛି ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କର ସୁନ୍ଦର ହସ ଦେଖିବାକୁ ମିଳିଛି। ଅଭିନେତ୍ରୀଙ୍କ ଏହି ଫଟୋରେ ଲକ୍ଷ ଲକ୍ଷ ଲାଇକ୍‌ ଏବଂ ହଜାର ହଜାର କମେଣ୍ଟ ଆସୁଛି। ଲୋକମାନେ ତାଙ୍କ କାଜୁଆଲ ଲୁକ୍‌କୁ ବହୁ ପସନ୍ଦ କରିଛନ୍ତି। କାଜଲଙ୍କ ମିଲିୟନ ଡଲାରର ହସ କାହାକୁ ପାଗଳ କରିପାରେ।

କାଜଲଙ୍କୁ ଶେଷଥର ପାଇଁ ତାମିଲ ଫିଲ୍ମ ‘ହେ ସିନାମିକା’ରେ ଦେଖିବାକୁ ମିଳିଥିଲା। ଯେଉଁଥିରେ ସେ ଦୁଲକର ସଲମାନଙ୍କ ବିପକ୍ଷରେ ନଜର ଆସିଥିଲେ। ସେତେବେଳେ କାଜଲ ଗର୍ଭବତୀ ଥିଲେ। ସେ ସମସ୍ତ ପ୍ରୋଜେକ୍ଟକୁ ନା କରିଦେଇଥିଲେ। ଏହି ଅଭିନେତ୍ରୀ ‘କରୁଙ୍ଗାପିୟମ’, ‘ଘୋଷ୍ଟି’ ଏବଂ ‘ଉମା’ ପରି ଫିଲ୍ମର ଶୁଟିଂ ପୂରା କରିଛନ୍ତି। ସମସ୍ତ ତିନୋଟି ଫିଲ୍ମ ତାମିଲ ପୋଷ୍ଟ ପ୍ରଡକ୍ସନରେ ଅଛି।

Share