ସୋସିଆଲ ମିଡିଆରୁ କାଜଲଙ୍କ ବିରତି

ମୁମ୍ବାଇ: ବର୍ତ୍ତମାନ ସମୟରେ ସମସ୍ତଙ୍କ ପାଇଁ ସୋସିଆଲ ମିଡିଆ ନିତାନ୍ତ ଆବଶ୍ୟକ ହୋଇଗଲାଣି। ଏହି ସମୟରେ ବଲିଉଡ୍‌ ଅଭିନେତ୍ରୀ କାଜଲ ଶୁକ୍ରବାର ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଏହି ପୋଷ୍ଟ ଜରିଆରେ ସେ ସୋସିଆଲ ମିଡିଆରୁ ବିରତି ନେଉଛନ୍ତି ବୋଲି ଜଣାଇଛନ୍ତି। ସେ ତାଙ୍କର ସମସ୍ତ ଫଟୋକୁ ଇନ୍‌ଷ୍ଟାଗ୍ରାମ୍‌ରୁ ହଟାଇ ଦେଇଛନ୍ତି। ଏଥିସହ ସୋସିଆଲ ମିଡିଆ ଆକାଉଣ୍ଟକୁ ନିଷ୍କ୍ରିୟ କରି କିଛି ସମୟ ପାଇଁ ବିରତି ନେଇଛନ୍ତି। ତାଙ୍କର ଇନ୍‌ଷ୍ଟାଗ୍ରାମ୍‌ରେ କେବଳ ଗୋଟିଏ ପୋଷ୍ଟ ଅଛି। ସେଥିରେ ଲେଖାହୋଇଛି, ‘ମୋ ଜୀବନର ସବୁଠାରୁ କଠିନ ପରୀକ୍ଷଣର ସମ୍ମୁଖୀନ କରୁଛି।’ କ୍ୟାପ୍ସନରେ ସେ ସୋସିଆଲ ମିଡିଆରୁ ବିରତି ନେଉଥିବା ଲେଖାହୋଇଛି। ହେଲେ ସେ କାହଁିକି ବିରତି ନେଉଛନ୍ତି, ତାହା ଜଣାପଡିନାହିଁ। ତେବେ ପ୍ରଶଂସକମାନେ କହୁଛନ୍ତି ଯେ ଏହା ତାଙ୍କ ଆଗାମୀ ପ୍ରୋଜେକ୍ଚ ‘ଦି ଗୁଡ୍‌ ୱାଇଫ୍‌’ ପାଇଁ ପ୍ରମୋଶନ ଯୋଜନା। ଏଥିରେ ଅନେକ ପ୍ରଶଂସକ ଅଭିନେତ୍ରୀ କାଜଲଙ୍କୁ ସମର୍ଥନ ଜଣାଇଛନ୍ତି। ଜଣେ ଲେଖିଛନ୍ତି, ଆପଣଙ୍କ ଅପେକ୍ଷାରେ ରହିଲୁ। ତେବେ ସେ ୧୯୯୨ରୁ ଚଳଚ୍ଚିତ୍ର ‘ବେଖୁଦି’ ଜରିଆରେ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ସେ ତାଙ୍କର ଅନେକ ହିଟ୍‌ ଫିଲ୍ମ ପ୍ରଶଂସକଙ୍କୁ ଭେଟି ଦେଇଛନ୍ତି। ଶେଷଥର ପାଇଁ ତାଙ୍କୁ ମୁଭି ସଲାମ ‘ଭେଙ୍କି’ରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଏକ ଫିଲ୍ମ ‘ଲଷ୍ଟ ଷ୍ଟୋରି ୨’ ଆସନ୍ତା ୨୯ରେ ନେଟ୍‌ଫ୍ଲିକ୍ସରେ ରିଲିଜ୍‌ ହେବାକୁ ଯାଉଛି। ଏଥିସହ ସେ ଟେଲିଭିଜନରେ ମଧ୍ୟ ଅଭିନୟ କରିଛନ୍ତି।

Share