ରିଲିଜ୍‌ ହେଲା କାଜଲଙ୍କ ଫିଲ୍ମ ‘ସଲାମ ଭେଙ୍କି’

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’ ଶୁକ୍ରବାର ମୁକ୍ତିଲାଭ କରିଛି। ଯାହାକୁ ଦର୍ଶକ ବହୁ ଦିନରୁ ଅପେକ୍ଷା କରି ରହିଥିଲେ। ଅମିର ଖାନ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ ରୂପରେ ମଧ୍ୟ ଦେଖିବାକୁ ମିଳିବ। ‘ଲାଲ ସିଂ ଚଢା’ପରେ ପ୍ରଥମ ଥର ପାଇଁ ଏକ ଫିଲ୍ମରେ ଅଭିନୟ କରିଛନ୍ତି। ରେଭାଥୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମରେ ରାଜୀବ ଖଣ୍ଡେଲୱାଲଙ୍କ ସହ ବିଶାଲ ଏନ ଜେଠୱା, ଆହାନା କୁମ୍ରା, ରାହୁଲ ବୋଷ ଅଭିନୟ କରିଛନ୍ତି। ଏଥିରେ କାଜଲ ଜଣେ ମା’ଭୂମିକାରେ ନଜର ଆସିବେ। ଫିଲ୍ମର କାହାଣୀ ଇମୋଶନ, ଫ୍ୟାମିଲି ଡ୍ରାମା ଓ ଚ୍ୟାଲେଞ୍ଜରେ ଭରପୁର । ଫିଲ୍ମରେ କାଜଲଙ୍କ ପୁଅ ଭୂମିକାରେ ଅଭିନୟ କରିଛନ୍ତି ବିଶାଲ ଜେଠୱା । ଏଥିରେ ତାଙ୍କ ନାମ ଭେଙ୍କଟେଶ ଓରଫ ଭେଙ୍କି ରହିଛି। ନିକଟରେ ଏହାର ଟ୍ରେଲର୍‌କୁ ଦେଖିବା ପରେ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ।

Share