ମା’ଙ୍କ ଫିଲ୍ମ ଦେଖିବେ ନାହିଁ କାଜଲଙ୍କ ପୁଅ

ବଲିଉଡ ଅଭିନେତ୍ରୀ କାଜଲ ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ସଲାମ ଭେଙ୍କି’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଅଭିନେତ୍ରୀ ରେବତୀଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମ ମା’-ପୁଅ କାହାଣୀ ଉପରେ ଆଧାରିତ। ଫିଲ୍ମରେ କାଜଲ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମର ଟ୍ରେଲରକୁ ଦର୍ଶକମାନେ ପସନ୍ଦ କରିଛନ୍ତି। ଦର୍ଶକ ମଧ୍ୟ ଫିଲ୍ମକୁ ଅପେକ୍ଷା କରିଛନ୍ତି। ତେବେ କାଜଲଙ୍କ ପୁଅ ଏହି ଫିଲ୍ମ ଦେଖିବାକୁ ଚାହାଁନ୍ତି ନାହିଁ।
ନିକଟରେ କାଜଲ ତାଙ୍କ ଫିଲ୍ମର ପ୍ରମୋଶନ ପାଇଁ କପିଲ ଶର୍ମାଙ୍କ ଶୋ’ ‘ଦି କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। କାଜଲଙ୍କ ସହ ରେବତୀ ଏବଂ ବିଶାଲ ଜେଠୱା ମଧ୍ୟ ନଜର ଆସିଥିଲେ। ଏହି ସମୟରେ କାଜଲ ତାଙ୍କ ପୁଅ ଯୁଗ ବିଷୟରେ ଏକ ଖୁଲାସା କରିଥିଲେ।
ତାଙ୍କ ପିଲାମାନେ ଫିଲ୍ମ ‘ସଲାମ ଭେଙ୍କି’କୁ କିପରି ପ୍ରତିକ୍ରିୟା ରଖିଛନ୍ତି ବୋଲି କପିଲ ପ୍ରଶ୍ନ କରିବାରୁ କାଜଲ କହିଛନ୍ତି, ତାଙ୍କ ପୁଅ ଯୁଗ ଟ୍ରେଲରକୁ ଦେଖି ଭାବପ୍ରବଣ ହୋଇପଡିଛନ୍ତି। ଯୁଗ କହିଥିଲେ, ତୁମେ ଫିଲ୍ମରେ କାନ୍ଦିବ କି, ତା’ପରେ ମୁଁ ହଁ କହିଲି। ଏହାପରେ ସେ କହିଥିଲେ, ମୁଁ ଏହା ଦେଖି ପାରିବି ନାହିଁ। ଏହି କାରଣରୁ ଯୁଗ ଫିଲ୍ମ ଦେଖିବେ ନାହିଁ।
କାଜଲ ୧୯୯୯ରେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କୁ ବିବାହ କରିଥିଲେ। ଉଭୟଙ୍କ କେମେଷ୍ଟ୍ରିକୁ ପ୍ରଶଂସକମାନେ ଭଲ ପାଆନ୍ତି।

Share