ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ ହୋଇଗଲା । ଉଭୟ ଫ୍ଲାଟ ଗୁଡିକ ବିଳାସପୂର୍ଣ୍ଣ ସହ ମହଙ୍ଗା ଅଟେ। ଏହାର ମୋଟ ମୂଲ୍ୟ ପ୍ରାୟ ୧୧ କୋଟି ୯୫ ଲକ୍ଷ ଟଙ୍କା ବୋଲି କୁହାଯାଉଛି। ଜାନୁୟାରୀରେ କାଜୋଲ ଏହି ଦୁଇଟି ଫ୍ଲାଟ ପାଇଁ ବହୁ ପରିମାଣର ଅର୍ଥ ପ୍ରଦାନ କରିଛନ୍ତି। ଏହି ଦୁଇଟି ଫ୍ଲାଟ୍‌ ୨୦୦୦ ବର୍ଗଫୁଟ୍‌ । କାଜୋଲଙ୍କର ଏହି ଦୁଇଟି ନୂତନ ଘର ତାଙ୍କ ଶିବଶକ୍ତି ବଙ୍ଗଳା ନିକଟରେ ରହିଛି । ଅଜୟ ଏବଂ କାଜୋଲଙ୍କ ଏହି ବଙ୍ଗଳା ନିକଟରେ ହ୍ରିତିକ ରୋଶନ, ଅକ୍ଷୟ କୁମାର ଏବଂ ଅମିତାଭ ବଚ୍ଚନ ବଙ୍ଗଳା ଅଛି।

Share