୨୩ ବର୍ଷ ପରେ ନୋ କିସିଂ ପଲିସି ଭାଙ୍ଗିଲେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ଡିଜନି ପ୍ଲସ ହଟ ଷ୍ଟାରର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି। ସିରିଜ ରିଲିଜ ହୋଇଯାଇଥିବା ବେଳେ ଏବେ ପବ୍ଲିକଙ୍କଠାରୁ ଜବରଦସ୍ତ ପ୍ରତିକ୍ରିୟା ବି ମିଳୁଛି। ଏହା ଆଉ ଏକ କାରଣ ପାଇଁ ବି ଚର୍ଚ୍ଚାକୁ ଆସିଛି ଯେ କାଜଲ ୨୩ ବର୍ଷ ପରେ ନୋ କିସିଂ ପଲିସିକୁ ଏହି ଓଟିଟି ପ୍ରୋଜେକ୍ଟ ପାଇଁ ବ୍ରେକ କରିଛନ୍ତି। ଏଥିରେ କାଜଲ ନୋୟୋନିକା ସେନଗୁପ୍ତା ଚରିତ୍ରରେ ନଜର ଆସିଥିବା ବେଳେ ସିରିଜରେ ସେ ସହ କଳାକାର ଏଲେ ଖାଁ ଓ ଯୀଶୁ ସେନଗୁପ୍ତାଙ୍କୁ କିସ କରୁଥିବା ଦେଖାଯାଇଛି।

ଦୁଇଟି ଭିନ୍ନ ଭିନ୍ନ ଏପିସୋଡରେ କାଜଲଙ୍କ କିସିଂ ସିନ ଦେଖାଯାଇଛି। କାଜଲଙ୍କ ଏହି ବୋଲ୍ଡ ମୁଭକୁ ନେଇ ପବ୍ଲିକ ଫେଣ୍ଟାଫେଣ୍ଟି ପ୍ରତିକ୍ରିୟା ଦେଉଛନ୍ତି। ସହ କଳାକାରଙ୍କ ସହ ଅଭିନେତ୍ରୀଙ୍କ କେମେଷ୍ଟ୍ରିକୁ ଅଧିକାଂଶ ପସନ୍ଦ କରିଥିବା ବେଳେ ଆଉ କେହି କେହି ଏହି ବୟସରେ କାଜଲଙ୍କ କିସିଂ ସିନକୁ ନିନ୍ଦା କରିଛନ୍ତି। ଗୋଟିଏ ସିନରେ ତ ଅଭିନେତ୍ରୀ ଦୁଇଥର ଲିପଲକ କରିଥିବା ଦେଖାଯାଇଛି। ସିନରେ ତାଙ୍କୁ ଏକ ଇମୋଶନାଲ ଚାର୍ଜଡ ସିଚୁଏଶନରେ ଦେଖାଯାଇଛି।
ସିରିଜରେ କାଜଲ ଦୁଇଟି ସନ୍ତାନର ଜନନୀ ଚରିତ୍ରରେ ଅଭିନୟ କରିଛନ୍ତି, ଯେ କି ଜଣେ ଲୟର। ଅବଶ୍ୟ ସିରିଜରେ ଏମାନେ ଲିପଲକ ଚରିତ୍ର ଓ ସିଚୁଏଶନକୁ ଜଷ୍ଟିଫାଏ କରୁଥିବା ଦେଖାଯାଇଛି। ଏହା ଉପରେ ବି ଧ୍ୟାନ ଦିଆଯାଇଛି ଯେ କେଉଁଠି ଯେମିତି ବାଉଣ୍ଡାରି କ୍ରସ କରି ନ ଯାଏ। ସୂଚନାଯୋଗ୍ୟ, ଓ୍ବେବ ସିରିଜ ‘ଦ ଟ୍ରାଏଲ’ ଏକ ଆମେରିକା ଓ୍ବେବ ସିରିଜ ‘ଦ ଗୁଡ ଓ୍ବାଇଫ’ର ହିନ୍ଦି ଆଡପଶନ। ସିରିଜରେ କାଜଲ(ନୋୟୋନିକା) ଭୂମିକା ଅନେକ ଚ୍ୟାଲେଞ୍ଜ ଦେଇ ଗତି କରୁଛି, ଯେତେବେଳେ ସେ ଜାଣୁଛି ଯେ ତାଙ୍କ ସ୍ବାମୀ ତାଙ୍କୁ ଧୋକା ଦେଉଛନ୍ତି।

Share