୪୯ ବର୍ଷରେ କାଜୋଲ, ଖାସ୍‌ ଦିନରେ ଟ୍ରୋଲରଙ୍କୁ କଲେ କଟାକ୍ଷ

ବମ୍ବେ: ବଲିଉଡର ଚୁଲବୁଲି ଅଭିନେତ୍ରୀ କାଜୋଲ ଆଜି ୪୯ ବର୍ଷରେ ପାଦ ରଖିଛନ୍ତି। ଏହି ଖାସ ଦିନକୁ ସେ ପରିବାରସହ ପାଳନ କରିବେ ବୋଲି ମନ ବଳାଇଛନ୍ତି। କାରଣ ତାଙ୍କ ଜନ୍ମଦିନ ସମସ୍ତଙ୍କ ପାଇଁ ଛୁଟିଦିନ ବୋଲି ସେ ଭାବନ୍ତି। ଏଥିଲାଗି ସେ ନିଜେ ବ୍ୟକ୍ତିଗତ ଭାବେ ଫୋନ କରି ବନ୍ଧୁ, ସମ୍ପର୍କୀୟ ଏବଂ ପରିବାରଲୋକଙ୍କୁ ଡାକିଥାନ୍ତି। ସମସ୍ତେ ଆସିବା ପରେ ସେମାନଙ୍କ ସହ ସମୟ ବିତାଇବା ସହ ଖୁସି ବାଣ୍ଟିବାକୁ ଭଲ ଲାଗେ ବୋଲି ବର୍ଥ ଡେ ଗର୍ଲ କହିଛନ୍ତି।

ଜନ୍ମଦିନରେ ନିଜର ଟ୍ରୋଲରମାନଙ୍କୁ କାଜୋଲ କଟାକ୍ଷ କରିବାକୁ ପଛାଇ ନାହାନ୍ତି। ତାଙ୍କୁ ଏବଂ ପରିବାରକୁ ନେଇ ଖରାପ ମନ୍ତବ୍ୟ ରଖୁଥିବା ଲୋକଙ୍କୁ ସେ ଚିହ୍ନନ୍ତି ନାହିଁ। ଏଣୁ କାଣିଚାଏ ଲୁଣ ଭଳି ସେମାନଙ୍କୁ ଦେଖନ୍ତି। ତାଙ୍କ କଥାର ଜୀବନରେ କୌଣସି ମୂଲ୍ୟ ନ ଥାଏ ବୋଲି ଅଭିନେତ୍ରୀ କହିଛନ୍ତି।

ତେବେ ନିକଟରେ କାଜୋଲ ଲଷ୍ଟ ଷ୍ଟୋରିଜ-୨, ଦ ଟ୍ରାଏଲ ଓ୍ବେବ୍‌ ସିରିଜରେ ନଜର ଆସିଥିଲେ। ଏଥିରେ ତାଙ୍କର ଲିପ୍‌ଲକ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା।

Share