ଓକିଲ ଭୂମିକାରେ ନଜର ଆସିବେ କାଜଲ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କାଜଲ ବଡ ପରଦା ପରେ ଏବେ ଓଟିଟିରେ ଧମାଲ କରିବାକୁ ପ୍ରସ୍ତୁତ ହେଲେଣି। ଅଭିନେତ୍ରୀ ଖୁବଶୀଘ୍ର ଓ୍ବେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ଓଟିଟି ଡେବ୍ୟୁ କରିବେ। ଏହି ସିରିଜର ଘୋଷଣାବି ଅଭିନେତ୍ରୀ ଖୁବ ୟୁନିକ ଢଙ୍ଗରେ କରିଛନ୍ତି, ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଛନ୍ତି। ଜୁନ ୧୨ ଅର୍ଥାତ୍‌ ସୋମବାର କାଜଲଙ୍କ ସିରିଜର ଟ୍ରେଲର ରିଲିଜ ହୋଇଛି।

ନିକଟରେ ଅଭିନେତ୍ରୀଙ୍କ ଏହି ଦମଦାର ସିରିଜର ଟ୍ରେଲର ଲଞ୍ଚ କରାଯାଇଛି। ଏହା ଏକ କୋର୍ଟ ରୁମ ଡ୍ରାମା ସିରିଜ ଯେଉଁଥିରେ କାଜଲ ଜଣେ ଓକିଲ, ମା ଏବଂ ପତ୍ନୀ ନୟନିକା ସେନଗୁପ୍ତା ଭୂମିକାରେ ଅଭିନୟ କରିଛନ୍ତି । ଯିଏ ତାଙ୍କ ଜୀବନର ସମସ୍ୟା ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ। ଡିଜନିି ପ୍ଲସ ହଟଷ୍ଟାରର ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଟ୍ରେଲର ସେୟାର କରାଯାଇଛି। ଯାହାର କ୍ୟାପସନରେ ଲେଖାଯାଇଛି- ‘ପରୀକ୍ଷା ଯେତେ କଠୋର ହେବ, ରିଟର୍ନ ସେତିକି କଠିନ ହେବ ..’।
ଏହି ସିରିଜ ଘୋଷଣା କରିବାକୁ କାଜଲ ଏକ ତଗଡା ବପ୍ଲିସିଟି ଷ୍ଟଣ୍ଟ ଖୋଲିଥିଲେ। ବାସ୍ତବରେ ଏଥିପାଇଁ ଅଭିନେତ୍ରୀ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ କ୍ରିପ୍ଟିକ ନୋଟ ସେୟାର କରି ସୋସିଆଲ ମିଡିଆରୁ ବିରତି ନେବାକୁ ଘୋଷଣା କରିଥିଲେ। ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ- ‘ମୁଁ ମୋ ଜୀବନର ସବୁଠାରୁ କଷ୍ଟଦାୟକ ପରୀକ୍ଷଣର ସମ୍ମୁଖୀନ ହୋଇଛି .. ମୁଁ ସୋସିଆଲ ମିଡିଆରୁ ବିରତି ନେଉଛି। କାଜୋଲଙ୍କ ଏହି ପୋଷ୍ଟ କେବଳ ପ୍ରଶଂସକଙ୍କ ମଧ୍ୟରେ ନୁହେଁ ଇଣ୍ଡଷ୍ଟ୍ରିରେ ମଧ୍ୟ ତେହେଲକା ମଚାଇ ଦେଇଥିଲା। ତେବେ ସେହିଦିନ ସାରେ ହି କାଜଲ ତାଙ୍କ ଓ୍ବେବ ସିରିଜର ଘୋଷଣା କରିଥିଲେ।

Share