କଠିନ ସମୟ ଦେଇ ଗତି କରୁଛନ୍ତି କାଜୋଲ! ଏପରି କହିଲେ ପୋଷ୍ଟରେ…

ମୁମ୍ବାଇ: ବଲିଉଡର ଜଣାଶୁଣା ଅଭିନେତ୍ରୀ କାଜୋଲ କିଛିଦିନ ଧରି ସୋସିଆଲ ମିଡିଆରୁ ଦୂରେଇ ରହିଥିଲେ। ଏନେଇ ଶୁକ୍ରବାର ସେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି। ସେ ତାଙ୍କ ଜୀବନର କଠିନ ସମୟ ଦେଇ ଗତି କରୁଛନ୍ତି ବୋଲି ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ‘ଦି ଟଫର୍‌ ସି ଟ୍ରାଏଲ, ଦି ହାର୍ଡର ୟୁ କମ୍‌ ବ୍ୟାକ୍‌’।

ଏଠାରେ କହି ରଖୁଛୁ, କାଜୋଲ ତାଙ୍କ ନୂଆ ପୋଷ୍ଟରେ ଆଗାମୀ ସିରିଜର ଟ୍ରେଲର୍‌ ଲଞ୍ଚ ହେବା ନେଇ ଘୋଷଣା କରିଛନ୍ତି। ସିରିଜର ନାମ ହେଉଛି ‘ଦି ଟ୍ରାଏଲ’: ପ୍ୟାର୍‌, କାନୁନ୍‌, ଧୋକା’। ଯାହାକୁ ନେଇ ତାଙ୍କ ଫ୍ୟାନ୍ସ ଉତ୍ସାହିତ ଅଛନ୍ତି। ତେବେ ଏହି ଟ୍ରେଲରର ଲଞ୍ଚକୁ କାଜୋଲଙ୍କର ପବ୍ଲିସିଟି ଷ୍ଟଣ୍ଟ କୁହାଯାଉଛି।

Share