ମା’ ହେବାକୁ ଯାଉଥିବା ଖବର ମିଥ୍ୟା

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କାଜୋଲ ମା’ ହେବାକୁ ଯାଉଛନ୍ତି। ସେ ନିଜର ତୃତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଥିବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଥିଲା। ହେଲେ ଏହି ଖବର ସମ୍ପୂର୍ଣ୍ଣ ଭାବେ ମିଥ୍ୟା।

ନିକଟରେ ଧର୍ମା ପ୍ରଡକ୍ସନର ସିଇଓ ଅପୂର୍ବ ମେହେଟ୍ଟା ନିଜ ଜନ୍ମଦିନ ଉପଲକ୍ଷେ ବଡ଼ ପାର୍ଟି ରଖିଥିଲେ। ଏଥିରେ ସାମିଲ ହେବାକୁ ପହଞ୍ଚିଥିଲେ କାଜୋଲ। କଳା ରଙ୍ଗର ଅଫ୍‌ ସୋଲ୍ଡର ଡ୍ରେସ୍‌ ପିନ୍ଧିଥିଲେ ସେ। ଏହି ଡ୍ରେସରେ ତାଙ୍କ ପେଟ ବଡ଼ ଦେଖାଯାଇଥିଲା, ଯାହାକି ଗୁଜବ ପଛର କାହାଣୀ ବୋଲି କୁହାଯାଉଛି।

ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଫଟୋ ଏବଂ ଭିଡିଓରେ କାଜୋଲ ମା’ ହେବାକୁ ଯାଉଥିବା କୁହାଯାଇଥିଲା। କିଛି ତାଙ୍କର ପୋଷାକ ଚୟନକୁ ନେଇ ପ୍ରତିକ୍ରିୟା ରଖିଥିଲେ। ହେଲେ କାଜୋଲଙ୍କ ପ୍ରଶଂସକ ସେମାନଙ୍କୁ ଜବାବ ଦେଇଛନ୍ତି। ଦୁଇ ସନ୍ତାନର ଜନନୀ ହେବା ପରେ ମହିଳାଙ୍କ ପେଟ ବାହାରିବା ସ୍ବାଭାବିକ। ହେଲେ ତାଙ୍କୁ ଏଭଳି ଭାବେ ଆଲୋଚନା କରିବା ଅନୁଚିତ ବୋଲି କହିଛନ୍ତି।

Share