ସ୍ବାମୀ ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କ ପ୍ରେମରେ ପଡ଼ିଥିଲେ କାଜୋଲ, ହେଲେ କହି ପାରି ନ ଥିଲେ…

ବମ୍ବେ: ବଲିଉଡ୍‌ର କିଛି ଯୋଡ଼ି ପରଦା ସହ ବ୍ୟକ୍ତିଗତ ଜୀବନରେ ବି ହିଟ୍‌। ସେଥି ମଧ୍ୟରୁ ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନଙ୍କ ଯୋଡ଼ି ବେଶ ଲୋକପ୍ରିୟ। ହେଲେ ବହୁତ କମ୍‌ ଲୋକ ଜାଣନ୍ତି ଯେ କାଜୋଲଙ୍କ ପ୍ରଥମ ପ୍ରେମ ଅଜୟ ନୁହନ୍ତି। ଆଉଜଣେ ଅଭିନେତାଙ୍କୁ ସେ ହୃଦୟ ଦେଇ ଭଲପାଉଥିଲେ। ତାଙ୍କର ଝଲକ ପାଇବାକୁ ପାଗଳିପ୍ରାୟ ହୋଇଯାଉଥିଲେ। ଏହି କଥା ଉପରୁ ତାଙ୍କ ବନ୍ଧୁ ତଥା ନିର୍ଦ୍ଦେଶକ କରନ୍‌ ଜୋହର ପରଦା ହଟାଇଥିଲେ।

କରନ୍‌ କହିଥିଲେ ଯେ ଅଜୟଙ୍କ ପୂର୍ବରୁ କାଜୋଲ ଅକ୍ଷୟ କୁମାରଙ୍କୁ ମନେ ମନେ ଭଲ ପାଇ ବସିଥିଲେ। ଅଭିନେତାଙ୍କୁ ଥରଟିଏ ଦେଖିବାକୁ ସେ ବମ୍ବେର ଗଳିକନ୍ଦି ଚକ୍କର ଲଗାଉଥିଲେ। ୧୯୯୧ରେ ‘ହିନା’ର ପ୍ରିମିୟରରେ ଅକ୍ଷୟଙ୍କ ସହ କାଜୋଲଙ୍କ ଭେଟ କରାଇଥିଲେ କରନ୍‌। ହେଲେ ଅଭିନେତ୍ରୀ କେବେ ହେଲେ ତାଙ୍କୁ ମନ କଥା କହି ନ ଥିଲେ।

କାଜୋଲ-ଅକ୍ଷୟ କୁମାରଙ୍କ ଯୋଡ଼ି ଫିଲ୍ମ ‘ଦିବାନଗି’ରେ ନଜର ଆସିଥିଲା। ହେଲେ ଏହି ଫିଲ୍ମ ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରି ନ ଥିଲା। ପରେ କାଜୋଲ ଅଜୟଙ୍କ ପ୍ରେମରେ ପଡ଼ିଥିଲେ। ଏହାପରେ ଦୁହେଁ ବିବାହ କରିଥିଲେ। ଏବେ ଉଭୟଙ୍କ ଦୁଇ ସନ୍ତାନ ରହିଛି।

Share