ଓଟିଟିରେ ଡେବ୍ୟୁ କଲେ କାଜୋଲ

ଆଜିକାଲି ବଡ ବଡ କଳାକାର ଓଟିଟିରେ ପାଦ ରଖୁଛନ୍ତି। ଏହି କ୍ରମରେ ବଲିଉଡ୍‌ ଅଭିନେତ୍ରୀ କାଜୋଲ ମଧ୍ୟ ଏଣ୍ଟ୍ରି ମାରିଛନ୍ତି। କାଜୋଲଙ୍କ ଅଭିନୀତ ସିରିଜ୍‌ ‘ଦି ଟ୍ରାଏଲ’ ଡିଜ୍‌ନୀ ପ୍ଲସ ହଟଷ୍ଟାର୍‌ ରିଲିଜ୍‌ ହୋଇଛି। ପରାଗ ଦେଶାଇ, ଦୀପକ ଧର, ରାଜେଶ ଚଢା ଏବଂ କାଜୋଲଙ୍କ ସ୍ବାମୀ ଅଜୟ ଦେବଗନ ଏହାକୁ ପ୍ରସ୍ତୁତ କରିଛନ୍ତି। ଏହି ସିରିଜ୍‌ର କାହାଣୀ ରବର୍ଟ କିଙ୍ଗ ଏବଂ ମିସେଲ କିଙ୍ଗଙ୍କ ପ୍ରସିଦ୍ଧ ଆମେରିକୀୟ ଶୋ ‘ଦି ଗୁଡ ୱାଇଫ’ ଦ୍ୱାରା ଅନୁପ୍ରାଣିତ ହୋଇଛି କିନ୍ତୁ ଏହାକୁ ଏକ ଆକର୍ଷଣୀୟ ଢଙ୍ଗରେ ଉପସ୍ଥାପିତ କରାଯାଇଛି। ସୁପର୍ଣ୍ଣ ବର୍ମା ଏହି ସିରିଜ୍‌ର ନିର୍ଦ୍ଦେଶନା ଦେଇଛନ୍ତି।

Share