ବିବାହ ଦିନ ଅଜୟଙ୍କ ଆଗରେ ଏମିତି ଡିମାଣ୍ଡ୍‌ ରଖିଥିଲେ କାଜୋଲ

ଅଭିନେତ୍ରୀ କାଜୋଲ ଏବଂ ଅଜୟ ଦେବଗନ ଯୋଡିକୁ ଦର୍ଶକ ବେଶ୍‌ ପସନ୍ଦ କରନ୍ତି। ଦୁହେଁ ୧୯୯୯ରେ ବିବାହ କରିଥିଲେ। କାଜୋଲ ପ୍ରାୟତଃ ତାଙ୍କ ପରିବାର ଏବଂ ପିଲାମାନଙ୍କ ବିଷୟରେ ଅନେକ ରୋଚକ କଥା ପ୍ରଶଂସକଙ୍କ ସହ ଶେୟାର କରନ୍ତି। ନିକଟରେ କାଜଲ ତାଙ୍କ ବିବାହ ବିଷୟରେ ଏକ ମଜାଳିଆ କାହାଣୀ ଉପରୁ ପରଦା ଉଠାଇଛନ୍ତି।
ବିବାହ ଦିନ କାଜୋଲବେଶ୍‌ ଖୁସି ଥିଲେ। କିନ୍ତୁ ବେଦିରେ ବସିଥିବାବେଳେ ପଣ୍ଡିତ ଏତେ ମନ୍ତ୍ର ପାଠ କରିବା ଦେଖି ସେ ଏତେ ଥକି ଯାଇଥିଲେ କି ପାଖରେ ବସିଥିବା ସ୍ବାମୀ ଅଜୟଙ୍କୁ କହୁଣି ସହାୟତାରେ ଇସାରା ଦେଇ ବିବାହକୁ ଶୀଘ୍ର ସାରିବାକୁ ପଣ୍ଡିତଙ୍କୁ କହିବାକୁ କହିଥିଲେ। କାଜୋଲକହିଛନ୍ତି, ଆମର ବିବାହ ଦୁଇଟି ରୀତିନୀତି ଅନୁଯାୟୀ କରାଯାଉଥିଲା। ଆମେ ମହାରାଷ୍ଟ୍ରୀୟ ଏବଂ ବେଙ୍ଗଲୀ ରୀତିନୀତି ବିବାହ କରିଥିଲୁ ଏବଂ ତା’ପରେ ସାତ ଫେରା ନେଇଥିଲୁ। ମୁଁ ବସି ବସି ଥକି ଯାଇଥିଲି। ତେଣୁ ବିବାହ ଶୀଘ୍ର ସରିବାକୁ ଚାହୁଁଥିଲି।

 

Share