ଅଜୟ ଦେବଗନଙ୍କ ପୂର୍ବରୁ ଏହି ଅଭିନେତାଙ୍କୁ ପ୍ରେମ କରି ବସିଥିଲେ କାଜୋଲ

କୁହାଯାଏ ପ୍ରେମ ଯେତେ ଲୁଇଲେ ବି ଲୁଚି ରହେନା। ସେହିଭଳି ବଲିଉଡ ସେଲିବ୍ରିଟିଙ୍କ ପ୍ରେମ କାହାଣୀ ବେଶ୍‌ ମଧ୍ୟ ବହୁତ ରଙ୍ଗୀନ। ଅଭିନେତ୍ରୀ କାଜୋଲଙ୍କ ପ୍ରେମ କାହାଣୀ ସେମିତି ନିଆରା। ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଅଜୟଙ୍କ ପୂର୍ବରୁ ସେ ସେ ଅନ୍ୟ ଜଣେ ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ। ଏକ ଟିଭି ଶୋ’ରେ ପ୍ରସିଦ୍ଧ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହର ଏହାର ଖୁଲାସା କରିଥିଲେ। କଜୋଲ ମନେ ମନେ ଅକ୍ଷୟ କୁମାରଙ୍କୁ ପ୍ରେମ କରି ବସିଥିଲେ। ଏଥିରେ ତାଙ୍କୁ ସାହାଯ୍ୟ କରୁଥିଲେ କରଣ। ମୁମ୍ବାଇରେ ଚାଲିଥିବା ଇଭେଣ୍ଟରେ କାଜୋଲ ତାଙ୍କ ‘କ୍ରସ’ ଅକ୍ଷୟ କୁମାରଙ୍କୁ ଖୋଜୁଥିଲେ। ୧୯୯୧ରେ ମୁମ୍ବାଇରେ ରିଷି କପୁର ଏବଂ ଜେବା ବଖତିଆରଙ୍କ ଫିଲ୍ମ ‘ହିନା’ର ପ୍ରିମିୟର ଚାଲିଥିଲା। ସେହି ସମୟରେ କରଣ ଅକ୍ଷୟଙ୍କୁ ଖୋଜିବା ପାଇଁ କାଜୋଲଙ୍କୁ ସାହାଯ୍ୟ କରୁଥିଲେ। କିନ୍ତୁ ଅକ୍ଷୟ ଏଥିରେ ରାଜି ନ ଥିଲେ। ଫଳରେ ପ୍ରେମ ଆରମ୍ଭ ହେବା ପୂର୍ବରୁ ଶେଷ ହୋଇଯାଇଥିଲା। ପରେ କାଜୋଲ ଅକ୍ଷୟ କୁମାରଙ୍କ ସହ ୟଶ ରାଜ ବ୍ୟାନର ଫିଲ୍ମ ‘ଦିଲ୍‌ଲଗି’ରେ କାମ କରିଥିଲେ।

Share