ଓସ୍କାର ପ୍ୟାନେଲରେ ସାମିଲ ହେବାକୁ କାଜୋଲ-ସୂର୍ଯ୍ୟାଙ୍କୁ ନିମନ୍ତ୍ରଣ

ବମ୍ବେ: ଓସ୍କାର ପ୍ୟାନେଲରେ ସାମିଲ ହେବେ ବଲିଉଡ ଅଭିନେତ୍ରୀ କାଜୋଲ। ଏଥିପାଇଁ ତାଙ୍କୁ ଆମନ୍ତ୍ରିତ କରାଯାଇଛି। ମଙ୍ଗଳବାର ଦ ଏକାଡେମି ଅଫ ମୋଶନ ପିକ୍ଚର ଆର୍ଟସ ଆଣ୍ଡ ସାଇନ୍ସେଜ ତରଫରୁ ଜାରି କରାଯାଇଥିବା ୨୦୨୨ର କ୍ୟାଟାଗୋରୀ ପାଇଁ ଅତିଥି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। କାଜୋଲଙ୍କ ବ୍ୟତୀତ ସାଉଥ ଫିଲ୍ମ ଅଭିନେତା ସୂର୍ଯ୍ୟାଙ୍କୁ ମଧ୍ୟ ନିମନ୍ତ୍ରଣ ମିଳିଛି। ପ୍ରଥମ ସାଉଥ ଅଭିନେତା ଭାବେ ପ୍ୟାନେଲରେ ସାମିଲ ହେବାକୁ ତାଙ୍କୁ ସୁଯୋଗ ମିଳିଛି। ପୂର୍ବରୁ ଏହି ପ୍ୟାନେଲରେ ଆମୀର ଖାନ, ଅମିତାଭ ବଚ୍ଚନ, ଶାହାରୁଖ ଖାନ, ବିଦ୍ୟା ବାଲନ ଓ ସଲମାନ ଖାନ ପ୍ରମୁଖ ସାମିଲ ହୋଇସାରିଛନ୍ତି। କାଜୋଲଙ୍କ ତରଫରୁ ଏନେଇ କୌଣସି ପ୍ରତିକ୍ରିୟା ମିଳି ନ ଥିବା ବେଳେ ସ୍ବାମୀ ତଥା ଅଭିନେତା ଅଜୟ ଦେବଗନ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share