ପାକ୍‌ କାମଚଳା ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ କକର

ଇସ୍‌ଲାମାବାଦ,୧୫ା୮: ପାକିସ୍ତାନର କାମଚଳା ପ୍ରଧାନମନ୍ତ୍ରୀ ଭାବେ ଅନଓ୍ବାରୁଲ ହକ୍‌ କକର ସୋମବାର ଶପଥ ଗ୍ରହଣ କରିଛନ୍ତି। ସେ ଆର୍ଥତ୍କ ସଙ୍କଟରେ ଥିବା ପାକିସ୍ତାନର ନେତୃତ୍ୱ ନେବା ସହ ପରବର୍ତ୍ତୀ ସାଧାରଣ ନିର୍ବାଚନ ପରିଚାଳନା କରିବେ। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭି ୫୨ ବର୍ଷୀୟ କକରଙ୍କୁ ଶପଥ ପାଠ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ବିଦାୟୀ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଓ ଅନେକ ଶୀର୍ଷ ନେତା ଉପସ୍ଥିତ ଥିଲେ। କକର ଦେଶର ଅଷ୍ଟମ ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

Share