ଫିଲ୍ମ ଛାଡି ସାବୁନ ତିଆରି କରୁଛନ୍ତି ଏହି ପ୍ରସିଦ୍ଧ ଅଭିନେତ୍ରୀ

୧୭ ବର୍ଷ ପୂର୍ବେ ୨୦୦୩ରେ ରିଲିଜ୍‌ ହୋଇଥିବା ସୁପରହିଟ୍‌ ଫିଲ୍ମ ‘କଲ ହୋ ନା ହୋ’ ରେ ପ୍ରିତି ଜିଣ୍ଟାଙ୍କ ସାନ ଭଉଣୀ ଜିୟା ଚରିତ୍ରରେ ଅଭିନୟ କରିଥିବା ଝନକ ଶୁକ୍ଲା ଏବେ ବହୁତ ବଡ଼ ହୋଇଯାଇଛନ୍ତି। ଏବେ ତାଙ୍କୁ ଚିହ୍ନିବା କଷ୍ଟକର ମଧ୍ୟ ହୋଇଗଲାଣି। ତେବେ ଝନକ ସୋସିଆଲ ମିଡିଆରେ ସୁବୁବେଳେ ସକ୍ରିୟ ରହିଥାନ୍ତି। ତାଙ୍କ ମା’ ତଥା ଟିଭି ଅଭିନେତ୍ରୀ ସୁପ୍ରିୟା ଶୁକ୍ଲା ନିକଟରେ ଏକ ପୋଷ୍ଟ ଶେୟାର କରିଛନ୍ତି। ଯେଉଁଥିରେ ଝନକ ନିଜର ଅଭିନୟ କ୍ୟାରିୟର ଆରମ୍ଭ ହେବା ଦିନଠାରୁ ଏବେ କ’ଣ କରୁଛନ୍ତି ସବୁକିଛି ଜଣାଇଛନ୍ତି।
ଝନକ ଲେଖିଛନ୍ତି, ଛୋଟ ପରଦା ସହ ମୋର ସମ୍ପର୍କ ବହୁତ ପୁରୁଣା। ମୋ ମା’ବାପା ଅନେକ ବର୍ଷ ହେବ ଛୋଟ ପରଦାରେ କାମ କରିଆସୁଛନ୍ତି। ତେଣୁ ମୋ ପାଇଁ ଅଭିନୟରେ କ୍ୟାରିୟର କରିବା ସେତେ କଷ୍ଟକର ନ ଥିଲା। ଝନକ ବିଜ୍ଞାପନକୁ ଅଭିନୟରେ କ୍ୟାରିୟର ଆରମ୍ଭ କରିଥିଲେ ବୋଲି କହିଛନ୍ତି। ଏହା ପରେ ସୁପରହିଟ୍‌ ଶୋ’ ‘କରିସ୍ମା କରିସ୍ମା’ ରେ କାମ କଲେ। ଏହି ଶୋ’ ସୁପରହିଟ୍‌ ହେବା ପରେ ଫିଲ୍ମ ମିଳିବା ଆରମ୍ଭ ହେଲା। ‘କଲ୍‌ ହୋ ନା ହୋ’, ‘ଓ୍ବାନ ନାଇଟ୍‌ ଓ୍ବିଥ୍‌ କିଙ୍ଗ୍‌’ରେ ସେ କାମ କଲେ। ବର୍ତ୍ତମାନ ଝନକ ବେଜ୍‌ନେଶରେ ପୋଷ୍ଟ ଗ୍ରାଜୁଏଶନ କରୁଛନ୍ତି। ଏଥିସହ ସେ ସାବୁନ ତିଆରି ବ୍ୟବସାୟ କରୁଥିବା କହିଛନ୍ତି।

Share