ବେହେରା,୨୪।୪(ଡି.ଏନ୍.ଏ.): ଅଦିନିଆ ବର୍ଷା, କାଳବୈଶାଖୀ ଓ କୁଆପଥର ମାଡ଼ ମାସକ ମଧ୍ୟରେ ବାରମ୍ବାର ହେଉଥିବାରୁ କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବେହେରା ପଞ୍ଚାୟତ ଦଲସର୍ଗି ଗ୍ରାମର ଅନେକ ପନିପରିବା ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି। ପ୍ରାୟ ୨୫ରୁ ଅଧିକ ଏକର ଚାଷ ଜମିରେ ଭେଣ୍ଡି ସହ ଅନ୍ୟାନ୍ୟ ପନିପରିବା ଚାଷ କରାଯାଇଥିବା ବେଳେ ଲଗାତାର ବର୍ଷା ହେବାରୁ ପାଣି ଜମି ଫସଲ ନଷ୍ଟ ହେଉଛି। ଫଳରେ ଚାଷୀ ଅନେକ କ୍ଷତି ସହୁଛନ୍ତି। ପନିପରିବା ଚାଷ ହିଁ ପେଟପାଟଣାର ଏକ ମାତ୍ର ପନ୍ଥା ହୋଇଥିବାରୁ ଭାଗ୍ୟକୁ ଦୋଷ ଦେଇ ଚାଷୀ ହତାଶ ହୋଇ ପଡ଼ିଛନ୍ତି। ଗ୍ରାମର ସତ୍ୟାନନ୍ଦ କାଣ୍ଡ, ରୁକ୍ମଣ ପୂଝାରୀ, ଶଙ୍କର ହଂସ, ଗଂଚୁ ହଂସ, ପ୍ରେମ କାଣ୍ଡ, ଜୀମୂତ କାଣ୍ଡ, ଲଛମନ କାଣ୍ଡ, କପୁର କାଣ୍ଡ, ଗଙ୍ଗା କାଣ୍ଡ, ଭାସ୍କର କାଣ୍ଡ, ଶ୍ରୀହରି କାଣ୍ଡ, ତ୍ରିନାଥ କାଣ୍ଡ, ହିମାଞ୍ଚଳ କାଣ୍ଡ, ରତ୍ନାକର କାଣ୍ଡ, ଚମ୍ପେଶ୍ୱର କାଣ୍ଡ, ଗଣେଶ କାଣ୍ଡ, ପର୍ଶୁରାମ କାଣ୍ଡ ପ୍ରମୁଖଙ୍କ ସର୍ବାଧିକ କ୍ଷୟକ୍ଷତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଏ ବିଷୟରେ ଏସିଡବ୍ଲୁ ଦେବୀ ପ୍ରସାଦ ତାଣ୍ଡିଙ୍କୁ ପଚାରିବାରୁ କ୍ଷତିଗ୍ରସ୍ତ ଚାଷଜମି ତଦନ୍ତ କରାଯାଇ ଚାଷୀଙ୍କୁ ସରକାର ତରଫରୁ ଯାହା ସୁବିଧା କରାଯିବା କଥା କରାଯିବ ବୋଲି କହିଥିଲେ।