Advertisement

ପାଟଣାରେ କାଳବୈଶାଖୀର ତାଣ୍ଡବ: ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଉପୁଡ଼ିଲା ଗଛ, ଯାତାୟତ-ବିଦ୍ୟୁତ ସେବା ବାଧାପ୍ରାପ୍ତ

ପାଟଣା ,୧୨।୪(ବୀରକିଶୋର ଦାଶ ): କେନ୍ଦୁଝର ଜିଲା ପାଟଣା ଓ ସାହାରପଡା ବ୍ଲକ ଅଞ୍ଚଳରେ ଶନିବାର ଅପରାହ୍ନରେ କାଳବୈଶାଖୀ ପ୍ରଭାରେ ତୁହାକୁ ତୁହା ଘଡ଼ଘଡି, ପବନ ସାଙ୍ଗକୁ କୁଆ ପଥର ବର୍ଷା ପବନ ଲାଗି ରହିଛି। ପବନ ଯୋଗୁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡ଼ିଛି। ଫଳରେ ଗମନାଗମନ ବ୍ୟାଘାତ ହେବା ସହ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି। ପାଟଣା କରଞ୍ଜିଆଦେଇ ଯାଇଥିବା ରାଞ୍ଚି ବିଜୟ ୱାଡା ୨୨୦ ନଂ ଜାତୀୟ ରାଜପଥ ଉପରେ ବଡ଼ବିଲ ପଞ୍ଚାୟତ ନିକଟରେ ଗଛ ପଡି ରହିଛି । ଖଜୁରୀଡିହା ଛକରେ ଏକ ଦୋକାନ ଉପରେ ବଡ଼ ଗଛ ଉପୁଡ଼ି ପଡିଛି। ବର୍ଷା ପବନରେ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେହି ଭଳି ବେଗେନା ଗ୍ରାମରେ ଏକ ବିଶାଳ ଶାଳ ଗଚ୍ଛ ଉପୁଡ଼ି ପଡ଼ିଛି। କୁଆପଥର ମାଡ଼ରେ ଅଞ୍ଚଳରେ ହୋଇଥିବା ପନିପରିବା ଚାଷ ସହ ଖରାଟିଆ ଧାନଫସଲ ଓ ଆମ୍ବ ନଷ୍ଟ ହୋଇଛି। କାଳ ବୈଶାଖୀ ପ୍ରଭାବରେ ବର୍ଷା ଜନିତ କାରଣରୁ ଲୋକେ ଅସହ୍ୟ ଗୁଳୁଗୁଳି ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ପାଇଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share