କାଳ ବୈଶାଖୀ ରଚିଲା ତାଣ୍ଡବ: ଉପୁଡିଲା ବଡ ବଡ ଗଛ ଓ ବିଦ୍ୟୁତ ଖୁଣ୍ଟ, ଉଡିଲା ଦୋକାନର ଛପର

ପାଟଣା, ୧୫।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ସାହାରପଡା , ଉଖୁଣ୍ଡା ଓ ତୁରୁମୁଙ୍ଗା ଅଞ୍ଚଳରେ ମଙ୍ଗଳବାର ସଂଧ୍ୟାରେ କାଳ ବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କଳା ହାଣ୍ଡିଆ ମେଘ ସାଙ୍ଗକୁ ଘଡ ଘଡି, ବର୍ଷା ପବନ ସାଙ୍ଗକୁ କୁଆ ପଥର ବର୍ଷା ହୋଇଛି। ପବନ ଯୋଗୁଁ ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡି ପଡିବା ସହ ଘର ଉପରେ ଗଛ ପଡି ଯାଇଛି। ପରିବାର ଲୋକେ ଘର ଭିତରେ ଥିବାବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ବାଉଁଶୁଳିରୁ ଉଖୁଣ୍ଡା ଦେଇ ଯାଇଥିବା ଚମ୍ପୁଆ ରାସ୍ତାର ବାରିଆ ନିକଟରେ ରାସ୍ତା ଉପରେ ବଡ ଗଛ ପଡିଥିବାରୁ ରାସ୍ତାରେ ଗାଡି ଚଳାଚଳ ବ୍ୟାଘାତ ହୋଇଥିଲା ।

ସ୍ଥାନୀୟ ଲୋକେ ଜେସିବି ସହୟତାରେ ରାସ୍ତା ଉପରୁ ଗଛକୁ ହଟାଇବା ପରେ ଦୁଇ ଘଣ୍ଟା ପରେ ଉକ୍ତ ରାସ୍ତାରେ ଗାଡି ଚଳାଚଳ ସ୍ବଭାବିକ ହୋଇଥିଲା। ଏଥି ସହ ତୁରୁମୁଙ୍ଗା ହାଇସ୍କୁଲ ନିକଟରେ ବିରାଟ ନିମ୍ବ ଗଛ ପଡିଥିବା ଉକ୍ତ ରାସ୍ତା ଅବରୋଧ ହୋଇଥିଲା । ପାଟଣା ଅଗ୍ନିଶମ ବାହିନୀ ପହଁଞ୍ଚି ଗଛକୁ କାଟି ହଟାଇବା ପରେ ଉକ୍ତ ରାସ୍ତାରେ ଯିବା ଆସିବା ସ୍ବାଭାବିକ ହୋଇଥିଲା। ସେହିପରି ତୁରୁମୁଙ୍ଗା ମନ୍ଦିର ସାହିରେ ତପନ ସାହୁଙ୍କ ଘର ଉପରେ ବିରାଟ କୃଷ୍ଣଚୁଡା ଗଛର ଡାଳ ଭାଙ୍ଗି ପଡିବା ସହ ,ତୁରୁମୁଙ୍ଗା ନାଏକ ସାହିର ବାସନ୍ତୀ ଦେହୁରୀଙ୍କ ଘର ଉପରେ ବିରାଟ ଆମ୍ବ ଗଛ ଖସି ପଡିବାରୁ ଘରଟି ନଷ୍ଟ ହେବା ସହ ଘର ଭିତରେ ଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ପବନ ଯୋଗୁଁ ତୁରୁମୁଙ୍ଗା ବଜାର ଉପରେ ଥିବା କେତେକ ଦୋକାନର ଆଜବେଷ୍ଟସ ଛପର ଉଡି ଯାଇ ଦୋକାନରେ ଥିବା ଖାଦ୍ୟ ସାମଗ୍ରୀ ନଷ୍ଟ ହୋଇ ଯାଇଛି। ଏଥି ସହ ତୁରୁମୁଙ୍ଗା ବିଦ୍ୟୁତ ସବ ଷ୍ଟେସନ ର ଟ୍ରାନ୍ସଫର୍ମର ଉପରେ ବିରାଟ ନିମ୍ବ ଗଛ ଡାଳ ଖସି ପଡିବା ସହ ପବନ ଯୋଗୁଁ ତ୍ରିବିନ୍ଦା, ତେନ୍ତୁଳା, ନିହ୍ନୁଆଁ, ତୁରୁମୁଙ୍ଗା ବଜାର ଆଦି ସ୍ଥାନରେ ଅନେକ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିବା ସହ ବିଦ୍ୟୁତ ତାର ଛିଣ୍ଡି ଯାଇଛି । ଫଳରେ ଅଞ୍ଚଳରେ ବିଦ୍ୟୁତ ସରବରାହ ବ୍ୟାଘାତ ହୋଇଛି। କୁଆପଥର ମାଡ଼ ରେ ଅଞ୍ଚଳରେ ହୋଇଥିବା ପନି ପରିବା ଚାଷ ବ୍ୟାପକ ଭାବରେ ନଷ୍ଟ ହୋଇଛି । ଖୁବ ଶୀଘ୍ର କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍‌ଘାଟନୀ ଦିନ ରୋଷ କାର୍ଯ୍ୟରେ ସାମିଲ ହେଲେ କାର୍ଯ୍ୟାନୁଷ୍ଠାନ

ପୁରୀ,୨୪।୪: ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ଦିଘାରେ ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିର ଆସନ୍ତା 30 ତାରିଖ ଅକ୍ଷୟ ତୃତୀୟାରେ ଉଦଘାଟନ ହେବ। ଏହି କାର୍ଯ୍ୟକ୍ରମରେ ପୁରୀ...

ଗୌଡ଼ ଗାଁରେ ସିରିଜ୍‌ ଚୋରି: ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା ସହ ସୁନା ଅଳଙ୍କାର

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁରେ ସିରିଜ୍‌ ଚୋରି ହୋଇଛି। ପୌରାଣିକ ରାମାୟଣ ଥିଏଟର ନିର୍ଦ୍ଦେଶକ ବୁଲୁ ସାହୁ ବୁଧବାର...

ଶାଳୀ ପାଇଁ ଭିଣୋଇଙ୍କୁ ହତ୍ୟା: ୨ ଅଭିଯୁକ୍ତ ଗଲେ ଜେଲ୍‌

ଦିଗପହଣ୍ଡି,୨୪ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ପି. ସାମନ୍ତରାପୁର ଗ୍ରାମର ହୀନ ପାତ୍ରଙ୍କୁ ହତ୍ୟା ଘଟଣାରେ ପାଟପୁର ପୋଲିସ ବୁଧବାର ଶେରଗଡ଼ ଥାନା...

ଜାତୀୟ ପଞ୍ଚାୟତିରାଜ ଦିବସ: ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବିଭିନ୍ନ ଯୋଜନା ଘୋଷଣା

ଦାରିଙ୍ଗବାଡ଼ି,୨୪ା୪(ଅରୁଣ ସାହୁ): ବ୍ଲକ ସ୍ତରରେ ପାଳିତ ହୋଇଛି ଜାତୀୟ ପଞ୍ଚାୟତିରାଜ ଦିବସ। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡିଓ ପ୍ରୀତିରଞ୍ଜନ...

ଭିତ୍ତିଭୂମି ବିକାଶରେ ଦ୍ୱିତୀୟ ସ୍ଥାନରେ ବଡ଼ ପାଟଣା ପଞ୍ଚାୟତ

ପାଟଣା,୨୪।୪(ବୀର କିଶୋର ଦାଶ): କେନ୍ଦୁଝରରେ ଜିଲାସ୍ତରୀୟ ଜାତୀୟ ପଞ୍ଚାୟତରାଜ ଦିବସ ଗୁରୁବାର କେନ୍ଦୁଝର ଅଡିଟୋରିୟମରେ ପାଳିତ ହୋଇଯାଇଛି। ଭିତ୍ତିଭୂମିର ବିକାଶ କ୍ଷେତ୍ରରେ ସଫଳତା ପାଇଁ ପାଟଣା...

ଫୱାଦ ଖାନଙ୍କ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ମୁକ୍ତିଲାଭ କରିବ ନାହିଁ

ମୁମ୍ବାଇ,୨୪।୪: ପାକିସ୍ତାନୀ ଅଭିନେତା ଫୱାଦ ଖାନଙ୍କ ଆଗାମୀ ଫିଲ୍ମ ‘ଅବୀର ଗୁଲାଲ’ ଭାରତରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ନାହିଁ ବୋଲି ଖବର ମିଳିଛି। ଏହି ଫିଲ୍ମଟି...

ଖାଁ ଖାଁ ଡାଲ୍ ହ୍ରଦ, ପଳାୟନ କରୁଛନ୍ତି ପର୍ଯ୍ୟଟକ: ଆତଙ୍କବାଦୀ ଆକ୍ରମଣକୁ ଏକ ସ୍ୱରରେ ବିରୋଧ କରୁଛି କାଶ୍ମୀର

ନୂଆଦିଲ୍ଲୀ,୨୪।୪: ପାହାଲଗାମ ଆତଙ୍କବାଦୀ ଆକ୍ରମଣରେ ୨୫ ଜଣ ପର୍ଯ୍ୟଟକ ଏବଂ ଜଣେ କାଶ୍ମୀରୀଙ୍କ ମୃତ୍ୟୁ ଘଟିବାର ୪୮ ଘଣ୍ଟାରୁ କମ ସମୟ ମଧ୍ୟରେ ଉପତ୍ୟକାର ଦୃଶ୍ୟ...

ସିନ୍ଧୁ ଜଳ ଉପରେ ରୋକ୍‌ ଲଗାଇବା ପରେ ଥରହର ପାକିସ୍ତାନ, କହିଲା ଟୋପେ ପାଣି ପାଇଁ…

ନୂଆଦିଲ୍ଲୀ,୨୪।୪: ପହଲଗାମ ଆକ୍ରମଣ ପରେ, ଇସଲାମାବାଦରୁ ଦିଲ୍ଲୀ ପର୍ଯ୍ୟନ୍ତ ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ ବିଷୟରେ ଆଲୋଚନା ହେଉଥିଲା। କିନ୍ତୁ ଭାରତ ସିନ୍ଧୁ ଜଳ ଚୁକ୍ତିନାମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image