କଳାହାଣ୍ଡି ଡେପୁଟି କଲେକ୍ଟର ନିଲମ୍ବିତ

ଭୁବନେଶ୍ୱର,୨୬।୭(ବ୍ୟୁରୋ)-କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ କଳାହାଣ୍ଡି ଉପଜିଲାପାଳ ଅନିଶା ଦାସଙ୍କୁ ନିଲମ୍ବିତ କରାଯାଇଛି। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରୁ ରବିବାର ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।
ପ୍ରକାଶ ଯେ, ପୂର୍ବରୁ ମୟୂରଭଞ୍ଜ ଜିଲା ବେତନଟିରେ ସେ ତହସିଲଦାର ଭାବେ କର୍ଯ୍ୟରତ ଥିଲେ। ପରବର୍ତ୍ତୀ ସମୟରେ କଳାହାଣ୍ଡି ଜିଲାର ଉପଜିଲାପାଳ ଭାବେ ତାଙ୍କର ବଳଦି ହୋଇଥିଲା।

Share