Advertisement

କଳାହାଣ୍ଡି ଉତ୍ସବ ଘୁମୁରା: ସାଂସ୍କୃତିକ କାର୍ଯ୍ୟକ୍ରମରେ ଦୁଲୁକିଲା ସହର

କେସିଙ୍ଗା,୧୧ା୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ୍‌ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଶନିବାର ଅନୁଷ୍ଠିତ ହୋଇଯାଇଛି। ସହରର ବୁଢ଼ାଡଙ୍ଗର ମନ୍ଦିରରେ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରି ସରକାରୀ ଉଚ୍ଚ ବିଦ୍ୟାଳୟସ୍ଥିତ ଖେଳପଡ଼ିଆରେ ନିର୍ମିତ ବୁଢ଼ାରାଜା ମଞ୍ଚରେ ସ୍ଥାପନ କରାଯାଇଥିଲା। ପରେ ବିଭିନ୍ନ ଲୋକନୃତ୍ୟ, ଲୋକଗୀତ ଇତ୍ୟାଦି ଅନୁଷ୍ଠିତ ହୋଇଥିଲା। ପ୍ରଥମ ଅଧିବେଶନରେ ଭବାନୀପାଟଣା ବିଧାୟକ ସାଗର ଚରଣ ଦାଶ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଗୋଷ୍ଠୀ ଶିକ୍ଷା ଅଧିକାରୀ ଆନନ୍ଦ କୁମାର ବେହେରା, ସିଡିପିଓ ସୁଷମା ମିଶ୍ର ପ୍ରମୁଖ ମଞ୍ଚାସୀ ନ ଥିଲେ। ବିଭିନ୍ନ ସ୍କୁଲର ଛାତ୍ରୀଛାତ୍ରଙ୍କ ଦ୍ୱାରା ନାଚଗୀତ ପ୍ରତିଯୋଗିତା ହୋଇଥିଲା। ଦ୍ୱିତୀୟ ଅଧିବେଶନରେ ପୁରସ୍କାର ବିତରଣ ଓ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଉତ୍ସବରେ ବ୍ଲକ୍‌ର ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ ଯନ୍ତ୍ରୀ ଧର୍ମେନ୍ଦ୍ର ସେଠ, ତ୍ରିଲୋଚନ ବେହେରା, ଜଳେଶ୍ବର ନାଏକ, ସୁବାସ ନାଏକ ବ୍ଲକର ଆର.ଡବ୍ଲୁ .ଏସଏସର ଯନ୍ତ୍ରୀ ଧର୍ମେନ୍ଦ୍ର ସେଠ, ଯନ୍ତ୍ରୀ ତ୍ରିଲୋଚନ ବେହେରାଙ୍କ ସମେତ ଜିପିଓ ଲେମ୍ବୁ ଶିଖା ପ୍ରମୁଖ ସହଯୋଗ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share