କଳାହାଣ୍ଡି ପେକ୍ସ ପକ୍ଷରୁ ହେବ ଡାକଟିକଟ ପ୍ରଦର୍ଶିନୀ”ସମାରୋହ: ପ୍ରଦର୍ଶିତ ହେବ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ

ଭବାନୀପାଟଣା,୮।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଡାକ ମଣ୍ଡଳ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ମୁଖ୍ୟ ଡାକଘର ପ୍ରଶିକ୍ଷଣ କେନ୍ଦ୍ରରେ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏଥିରେ  ୯ ତାରିଖ  ଶନିବାର ଓ ରବିବାର ୧୦ ତାରିଖ ୨ଦିନ ଧରି ଭବାନୀପାଟଣା ସହର ବ୍ରଜମୋହନ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ଗୃହ ଠାରେ  କଳାହାଣ୍ଡି ପେକ୍ସ ପକ୍ଷରୁ ଦିତୀୟ “ଡାକଟିକଟ ପ୍ରଦର୍ଶିନୀ” ସମାରୋହ ହେବା ନେଇଁ କଳାହାଣ୍ଡି  ଡାକ ଅଧିକ୍ଷକ ସୁଶାନ୍ତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଏହି ଅବସରରେ ଶନିବାର ସକାଳ ୯ ଟାରେ ଭବାନୀପାଟନା ମୁଖ୍ୟ ଡାକଘରଠାରୁ ବ୍ରଜମୋହନ ଉଚ୍ଚ ବିଦ୍ୟାଳୟ ପର୍ଯନ୍ତ ଏକ ଶୋଭାଯାତ୍ରା ଆୟୋଜନ କରାଯିବ। ଏହି ଡାକଟିକେଟ ପ୍ରଦର୍ଶନୀ ସହ ସହରର ପ୍ରମୁଖ ବିଦ୍ୟାଳୟ ମାନଙ୍କର  ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ ସାଧାରଣଜ୍ଞାନ, ଚିତ୍ରାଙ୍କନ ଓ ପତ୍ରଲିଖନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହେବ। ପ୍ରଦର୍ଶନୀରେ ୧୦୦ରୁ ଅଧିକ ଫ୍ରେମରେ ଦେଶ ବିଦେଶର ଅନେକ ବିରଳ ଡାକ ଟିକେଟ ଓ ଡାକ ଉପକରଣ ଜିଲା ତଥା ରାଜ୍ୟର ସଂଗ୍ରାହକଙ୍କ ଦାରା ପ୍ରଦର୍ଶିତ କରାଯିବ। ଏହି ଉପଲକ୍ଷେ ଶନିବାର ଅପରାହ୍ନରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ। ରବିବାର ୧୦ ତାରିଖରେ ଏହାର ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହେବ ବୋଲି ଡାକ ଅଧିକ୍ଷକ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହକାରୀ ଡାକ ଅଧ୍ୟିକ୍ଷକ ରାଜ କିଶୋର ମହାରଣା,ଡାକ ଟିକେଟ ସଂଗ୍ରହ କାରି ରମେଶ ଚନ୍ଦ୍ର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି

ନୂଆପଡା,୨୮ା୪ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।...

ୟୁରୋପରେ ମହା ବିଦ୍ୟୁତ୍ ବିଭ୍ରାଟ: ପରିବହନ, ଯୋଗାଯୋଗ, ଜରୁରୀ ସେବା ଗୁରୁତର ପ୍ରଭାବିତ

ମାଦ୍ରିଦ/ଲିସବନ,୨୮।୪: ସ୍ପେନ, ପର୍ତ୍ତୁଗାଲ ଏବଂ ଫ୍ରାନ୍ସର କିଛି ଅଂଶରେ ଏକ ବିଶାଳ ବିଦ୍ୟୁତ୍ ବିଭ୍ରାଟ ଯୋଗୁଁ ପରିବହନ, ଯୋଗାଯୋଗ ଏବଂ ଜରୁରୀ ସେବା ଗୁରୁତର ଭାବେ...

୨ ପରିବାର ମଧ୍ୟରେ ଗଣ୍ଡଗୋଳ,୩ ଗୁରୁତର

ଧରାକୋଟ,୨୮ା୪ (ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ଥାନା ଜଗମୋହନ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୨ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି।...

ପାରିବାରିକ କଳହ ହେଲା କାଳ: ବାପାଙ୍କୁ ପିଟିପିଟି ମାରିଦେଲେ ୨ପୁଅ

ପୁରୁଷୋତ୍ତମପୁର,୨୮।୪( ସିମାଞ୍ଚଳ ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଘଳା ପଞ୍ଚାୟତ କୁଷପୁର ଗ୍ରାମରେ ସୋମବାର ଏକ ଅଭାବନିୟ ଘଟଣା ଘଟିଛି। ନିଜ ଜନ୍ମକଲା...

ନବ ଦାସ ହତ୍ୟା ମାମଲାର ଖୁବ୍‌ଶୀଘ୍ର ଫାଇନାଲ ରିପୋର୍ଟ

ଭୁବନେଶ୍ୱର,୨୮।୪: ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଫାଇନାଲ ରିପୋର୍ଟ ଖୁବ୍‌ଶୀଘ୍ର ଦାଖଲ ହେବ। ଏ ନେଇ କ୍ରାଇମ୍ବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ସୂଚନା...

Video: ମଞ୍ଚ ଉପରେ ପୋଲିସକୁ ଉପରକୁ ହାତ ଉଠାଇଲେ ମୁଖ୍ୟମନ୍ତ୍ରୀ, ଭିଡିଓ ଭାଇରାଲ

ବେଙ୍ଗାଳୁରୁ, ୨୮।୪: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ ଜନସଭା ମଞ୍ଚରେ ଜଣେ ପୋଲିସ ଅଧିକାରୀଙ୍କୁ ଚାପୁଡ଼ା ମାରିବାକୁ ଇଙ୍ଗିତ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ...

ୟୁକ୍ରେନରେ ତିନି ଦିନିଆ ଅସ୍ତ୍ରବିରତି ଘୋଷଣା କଲେ ପୁଟିନ

ନୂଆଦିଲ୍ଲୀ,୨୮।୪: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ଯୁଦ୍ଧରେ ଏକ ଅସ୍ଥାୟୀ ଅସ୍ତ୍ରବିରତି ଘୋଷଣା କରିଛନ୍ତି।କ୍ରେମଲିନ କହିଛି ଯେ ଏହି ଅସ୍ତ୍ରବିରତି ମେ ୮ ତାରିଖ...

ଅଜଣା ଗାଡି ଧକ୍କାରେ ଚାଲିଗଲା ଜଣଙ୍କ ଜୀବନ

ଛତ୍ରପୁର,୨୮।୪(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ଟିଟାମିୟମ କମ୍ପାନୀ ଗେଟ ସମ୍ମୁଖରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image