ନାସା ଯିବେ କଳାହାଣ୍ଡି ପୁଅ ହ୍ରିଙ୍କାର ମିଶ୍ର

ଭବାନୀପାଟଣା,୮।୯(ସ୍ବ.ପ୍ର.): ଓଡ଼ିଆ ପୁଅଙ୍କ ସଫଳତା। ନାସାରେ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ କାମ କରିବାର ସୁଯୋଗ ପାଇବେ କଳାହାଣ୍ଡି ଜିଲା ଭବାନୀପାଟଣା ସହରର ଜଣେ ମେଧାବୀ ଛାତ୍ର ହ୍ରିଙ୍କାର ମିଶ୍ର। ତୁଳସୀ ଦୁଇପତ୍ରରୁ ବାସିବା ଭଳି ଛାତ୍ର ଜଣଙ୍କ ପ୍ରତିଭା ପିଲାଟି ବେଳୁ ଜଣା ପଡିଥିଲା। ହ୍ରିଙ୍କାର ନବମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ଗ୍ରାଜୁଏସନ ଓ ପିଜି ପାଠ ମଧ୍ୟ ମୁଖସ୍ଥ କରି ସାରିଥିବା ସୂଚନା ରହିଛି। ବୟସ ମାତ୍ର ୧୩ ବର୍ଷ ହୋଇଥିଲେ ମଧ୍ୟ ସେ ନାସା ଯିବାର ସୌଭାଗ୍ୟ ଅର୍ଜନ କରିପାରିଛନ୍ତି। ଯାହାକୁ ନେଇ ମା’ବାପା ଗର୍ବିତ ଅନୁଭବ କରିବା ସହିତ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭବାନୀପାଟଣା ସହରର ତରୁଣ ମିଶ୍ର ଓ କାମିନୀ ମିଶ୍ରଙ୍କ ୧୩ ବର୍ଷ ପୁଅ ହ୍ରିଙ୍କାର। ରସାୟନ ବିଜ୍ଞାନରେ ରୁଚି ରଖିଥିବା ହ୍ରିଙ୍କାର ଗଣିତରେ ଅନେକ ନୂଆଁ ସୂତ୍ର ଓ ତଥ୍ୟ ବାହାର କରିଛନ୍ତି। ଏହା ସହ ସେହି ସୂତ୍ର କିଭଳି ପାଠ୍ୟ ପୁସ୍ତକରେ ସ୍ଥାନ ପାଇବ ସେ ଉପରେ ନିଜର ଉଦ୍ୟମ ଜାରି ରଖିଥିବା ବେଳେ ନାସାକୁ ଯିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ହ୍ରିଙ୍କାର। ଏବେ ନାସା ପକ୍ଷରୁ ଚନ୍ଦ୍ର ପୃଷ୍ଠକୁ ଏକ ରକେଟ ଲାଞ୍ଚ ହେବାକୁ ଯାଉଛି । ଏହାର ନାଁ ରହିଛି ଆର୍ଟିମିସ। ସେହି ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ ତଥା ସେଥିରେ କାମ କରିବା ପାଇଁ ହ୍ରିଙ୍କାରଙ୍କୁ ସୁଯୋଗ ମିଳିଛି। ନାସା ପକ୍ଷରୁ ପୂର୍ବରୁ ଭିଡିଓ କନଫରେନ୍ସ ମାଧ୍ୟମରେ ଅନେକ ବୈଠକ କରାଯାଉଥିବା ବେଳେ ସେଥିରେ ହ୍ରିଙ୍କାର ସାମିଲ ହୋଇଛନ୍ତି। କୋଭିଡ୍‌ ସମୟରେ ସବୁ ବନ୍ଦ ରହିଥିବା ବେଳେ ହ୍ରିଙ୍କାର ଘରେ ନିଜ ବାପା ତରୁଣଙ୍କଠାରୁ ରସାୟନ ବିଜ୍ଞାନର ଅନେକ ଶିକ୍ଷା ଲାଭ କରିଥିଲେ। ପରେ ଏଥିରେ ନିଜର ରୁଚି ରଖି ଆଗକୁ ବଢିବା ସହ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରିଥିଲେ, ଯାହା ନାସା ତାଙ୍କୁ ଏକ ପୁରସ୍କାର ମଧ୍ୟ ଦେଇଥିଲା। ପରେ ନାସା ପାଇଁ କାମ କରିବା ଲାଗି ଅନେକ ପାଠ୍ୟ ସାମଗ୍ରୀ ମଧ୍ୟ ନାସା ଯୋଗାଇ ଦେଇଥିବା ବେଳେ ଆଗାମୀ ଦିନରେ ସେ ନାସାରେ ଯୋଗଦାନ କରିବେ ବୋଲି ହ୍ରିଙ୍କାରଙ୍କ ବାପା ସୂଚନା ଦେଇଛନ୍ତି। ସେହିପରି ହ୍ରିଙ୍କାର କହିଛନ୍ତି, ନାସା ପକ୍ଷରୁ ମତେ ଏକ ଟାସ୍କ ଦିଆଯାଇଥିଲା। ସେଥିରେ ମୁଁ ସଫଳ ହୋଇଥିଲି। ଫଳରେ ନାସା ପକ୍ଷରୁ ମୋତେ ଏକ ସାର୍ଟିଫିକେଟ ଦିଆଗଲା। ଏହାକୁ ନେଇ ମୁଁ ଉତ୍ସାହିତ ହୋଇଥିଲି। ପରେ ନାସା ପକ୍ଷରୁ ରକେଟ ଲଞ୍ଚ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଅଫର ଦିଆଯାଇଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛି। ତେବେ ନାସା କହିଛି, ମତେ ୧୬ ବର୍ଷ ହେବା ପରେ ଯାଇ ମୁଁ ଜଣେ ୱାର୍କର ଭାବେ ନାସା ଯାଇପାରିବି। ୧୬ ବର୍ଷ ହେବା ପରେ ମୁଁ ସାଇଣ୍ଟିଷ୍ଟ ହୋଇପାରିବି। ଏବେ ମୁଁ ଜଣେ ଗେଷ୍ଟ ଭାବେ ଯାଇପାରିବି। ଟାଇମ ଉପରେ ଥିଓରି ଡେଭେଲପ କରିବା ଓ ଟାଇମ ଉପରେ ଏଲିମେଣ୍ଟ ଖୋଜିବା ନେଇ ମୁଁ ଲକ୍ଷ୍ୟ ରଖିଛି ।


Enter your email to get our daily news in your inbox.

All Right Reserved By Dharitri.Com

ମାନସିକ ରୋଗାକ୍ରାନ୍ତ ପୁଅ ପାଖରେ ପହଞ୍ଚତ୍ଲା ମେଡିକାଲ ଟିମ୍‌

କୋକସରା,୨୨ା୧୧ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କାଶିବାହାଲ ପଞ୍ଚାୟତ ସିଆଲଲଟି ପଡ଼ା ଗ୍ରାମର ମାନସିକ ରୋଗାକ୍ରାନ୍ତ କେଶବ ମାଝୀ (୨୮)ଙ୍କୁ ବୃଦ୍ଧା...

ଗ୍ୟାସ୍‌ ଲିକ୍‌ରୁ ଅଗ୍ନିକାଣ୍ଡ ଘଟଣା ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ନରେନ୍ଦ୍ରପୁର ଗ୍ରାମରେ ଗତ ଶନିବାର ସନ୍ଧ୍ୟାରେ ଗ୍ୟାସ୍‌ ସିଲିଣ୍ଡର ପାଇପ ଲିକରୁ ଅଗ୍ନିକାଣ୍ଡ ଘଟଣାରେ ଗୋଟିଏ ପରିବାରର ସ୍ବାମୀ,...

ଘରୁ ବୋମା ଜବତ: ପୁଅଙ୍କ ପରେ ବାପା ଗଲେ ଜେଲ

ଦିଗପହଣ୍ଡି,୨୨ା୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଏନ୍‌ଏସି ୧ ନଂ ୱାର୍ଡ ମୁକ୍ତେଶ୍ୱର ଶୈବପୀଠ ସଂଲଗ୍ନ କେନାଲ ସାହିର ଏକ ଭଡ଼ା ଘରେ ରହୁଥିବା ପଦ୍ମନାଭପୁର ଗ୍ରାମର...

ଇନ୍‌ଫର୍ମର ସନ୍ଦେହରେ ୨ ଗ୍ରାମବାସୀଙ୍କୁ ହତ୍ୟା କଲେ ମାଓବାଦୀ

ମାଲକାନଗିରି,୨୨ା୧୧(ଦୁର୍ଯ୍ୟୋଧନ ପାତ୍ର)-ଛତିଶଗଡ ବର୍ଡର ତେଲଙ୍ଗାନା ଭେଜେଡୁ ମଣ୍ଡଳ ପେରୁ ଗ୍ରାମର ଉଇକା ରମେଶ ଏବଂ ଉଇକା ଅର୍ଜୁନଙ୍କୁ ପୋଲିସ ଇନ୍‌ଫର୍ମର ସନ୍ଦେହରେ ମାଓବାଦୀମାନେ ହତ୍ୟା କରିଛନ୍ତି।...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ଦୁର୍ନୀତି ଅଭିଯୋଗର ଭିଜିଲାନ୍ସ ତଦନ୍ତ

ଭବାନୀପାଟଣା,୨୨ା୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ପଲନା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଦୁର୍ନୀତି ହୋଇଥିବା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ ସଡ଼କ, ପିଚୁ ରାସ୍ତା ଉପରେ...

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର, ଅବସର ପରେ ମିଳିବ…

ଭୁବନେଶ୍ୱର,୨୨।୧୧: ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋହନ ସରକାର। ଏଣିକି ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସୁନିଶ୍ଚିତ ହେବ। ଏନେଇ...

ହାଡ଼ଭଙ୍ଗା ଶୀତରେ ଥରୁଛି କଳାହାଣ୍ଡିର କଶ୍ମୀର

ଥୁଆମୂଳ ରାମପୁର, ୨୨।୧୧ (ଦୁର୍ଗା କୀର୍ତ୍ତି) : – କଳାହାଣ୍ଡି ଜିଲାର କାଶ୍ମୀର କୁହାଯାଉଥିବା ଥୁଆମୂଳ ରାମପୁର ବ୍ଲକ ଏବେ ଶୀତରେ ଥରୁଛି। ଚଳିତ ବର୍ଷ...

ଦିଲ୍ଲୀ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଲେ ମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୨୨।୧୧ (ଅରୁଣ ସାହୁ )-ଦିଲ୍ଲୀ ପ୍ରଗତି ମଇଦାନରେ ଚାଲିଥିବା ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ କନ୍ଧମାଳ ହଳଦୀ କିଣିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri