Categories: ଜାତୀୟ

ମନ୍ତ୍ରମୁଗ୍ଧ କଲା କଳାହାଣ୍ଡିର ‘ବଜାସାଲ’ ଲୋକନୃତ୍ୟ

ନୂଆଦିଲ୍ଲୀ, ୨୬।୧: ଦିଲ୍ଲୀ ରାଜପଥରେ ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ସଂସ୍କୃତିର ଝଲକ ଦେଖିବାକୁ ମିଳିଛି। ଚଳିତ ଥର କଳାହାଣ୍ଡିର ଲୋକନୃତ୍ୟ ‘ବଜାସାଲ’ ପରେଡରେ ସାମିଲ ହୋଇଛିି। ସାଂସ୍କୃତିକ ଅନୁଷ୍ଠାନ ‘ପ୍ରତିଭା’ ପକ୍ଷରୁ ୮୦ ଜଣିଆ ନୃତ୍ୟଦଳ ରାଜପଥରେ ମାଦଳର ତାଳେତାଳେ ବଜାସାଲ ନୃତ୍ୟ ପରିବେଷଣ କରିଛନ୍ତି। ଏହା ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲା। ଗଣତନ୍ତ୍ର ଦିବସ ପରେଡରେ ବିଭିନ୍ନ ରାଜ୍ୟର ୧୮ଟି ପ୍ରଜ୍ଞାପନ ମେଢ ଯୋଗଦେଇଥିଲେ।

Share