କଳାହାଣ୍ଡିର ଗୌରବ: ୟୁପିଏସ୍‌ସିରେ ସଫଳ ହେଲେ ଅଙ୍କିତ-ରାହୁଲ

କେସିଙ୍ଗା,୪।୮(ଡି.ଏନ୍‌.ଏ.): ୟୁପିଏସ୍‌ସି ପରୀକ୍ଷାରେ ଚମକିଛନ୍ତି ଓଡ଼ିଆ। ୟୁପିଏସ୍‌ସିରେ କଳାହାଣ୍ଡି ଜିଲାରୁ ୨ ଜଣ ସଫଳତା ପାଇ ଜିଲାପାଇଁ ଗୌରବ ଆଣିଛନ୍ତି। କେସିଙ୍ଗାର ରାହୁଲ ଗୋଏଲ ୧୬୮ ନଂ ର଼୍ୟାଙ୍କ୍‌ ପାଇଥିବାବେଳେ ଭବାନୀପାଟଣାର ଅଙ୍କିତ ଶଙ୍କର ମିଶ୍ର ୨୯୪ ନଂ ର଼୍ୟାଙ୍କ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଉଭୟଙ୍କ ପରୀକ୍ଷା ଫଳ ଆସିବା ପରେ ଜିଲାରେ ଖୁସିର ବାତାବରଣ ଖେଳିଯାଇଛି। ବିଭିନ୍ନ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। କଠିନ ପରିଶ୍ରମ ହିଁ ସଫଳତା ର ଚାବି କାଠି ବୋଲି ଉଭୟ କହିଛନ୍ତି। ସେମାନେ ପ୍ରଭୁ ଜଗନ୍ନାଥଙ୍କ ସହ ନିଜ ପରିବାର, ସାଙ୍ଗସାଥି ଓ ଗୁରୁଙ୍କୁ ତାଙ୍କର ସଫଳତାର ଶ୍ରେୟ ଦେଇଛନ୍ତି।

ରାହୁଲ କେସିଙ୍ଗା ସହରର ସୁନୀଲ ଗୋଏଲଙ୍କ ପୁତ୍ର ଓ ସମାଜସେବୀ ତିଳକ ଗୋଏଲଙ୍କ ନାତି ଅଟନ୍ତି। ଅଙ୍କିତ ମହାବୀରପଡା ଅବନୀ ରଞ୍ଜନ ମିଶ୍ରଙ୍କ ପୁଅ ଅଟନ୍ତି। ଅଙ୍କିତ ଚାକିରୀ ଛାଡି ଏହି ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିବାବେଳେ ରାହୁଳ ଖଡଗପୁର ଆଇଆଇଟି ରେ ମେକାନିକାଲ ଇଞ୍ଜିନିୟରିଂ ପରେ ଦିଲ୍ଲୀରେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ କରୁଥିଲେ। ରାହୁଲ ସମାଜସେବା ପାଇଁ ଏହି ଲକ୍ଷ୍ୟ ରଖି ପ୍ରସ୍ତୁତ କରିଛନ୍ତି। ସେହିଭଳି ଅଙ୍କିତ ଏହି ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ପଶ୍ଚିମ ଓଡିଶାର ଛାତ୍ରଛାତ୍ରୀମାନଙ୍କୁ କଠିନ ପରିଶ୍ରମ କରିବା ପାଇଁ ପରାମର୍ଶ ଦେଇଛନ୍ତି।

Share