ନୂଆଦିଲ୍ଲୀ,୭ା୮: ଇଲୋକ୍ଟ୍ରୋକେମିକାଲ ପାଓ୍ବାର ସିଷ୍ଟମ ଉପରେ ୨୫ ବର୍ଷରୁ ଅଧିକ ଗବେଷଣା ପାଇଁ ଜଣାଶୁଣା ବୈଜ୍ଞାନିକ ଡକ୍ଟର ଏନ୍ କଲାଇସେଲ୍ଭିଙ୍କୁ ଏକ ବଡ଼ ଦାୟିତ୍ୱ ପ୍ରଦାନ କରାଯାଇଛି। କାଉନ୍ସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ(ସିଏସ୍ଆଇଆର)ର ମହାନିର୍ଦ୍ଦେଶକ ଭାବେ ସେ ନିଯୁକ୍ତ ହୋଇଛନ୍ତି। ଯିଏ କି ସିଏସ୍ଆଇଆର୍ର ପ୍ରଥମ ମହିଳା ମହାନିର୍ଦ୍ଦେଶକ। ଏହା ବ୍ୟତୀତ ତାଙ୍କୁ ଡିପାର୍ଟମେଣ୍ଟ ଅଫ୍ ସାଇଣ୍ଟିଫିକ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚର ସଚିବ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି। କଲାଇସେଲ୍ଭି ଏପ୍ରିଲରେ ଅବସର ନେଇଥିବା ଶେଖର ମାଣ୍ଡେଙ୍କ ସ୍ଥାନ ନେବେ। ମାଣ୍ଡେଙ୍କ ଅବସର ପରେ ବାୟୋଟେକ୍ନୋଲୋଜି ବିଭାଗର ସଚିବ ରାଜେଶ ଗୋଖଲେଙ୍କୁ ଅତିରିକ୍ତ ମହାନିର୍ଦ୍ଦେଶକ ଦାୟିତ୍ୱ ପ୍ରଦାନ କରାଯାଇଥିଲା।