କାଲାକନ୍ଦ

ଆବଶ୍ୟକ ସାମଗ୍ରୀ: ପନିର- ୨୫୦ଗ୍ରାମ, ଖୁଆ- ୨୫୦ ଗ୍ରାମ, ଅଳେଇଚ ଗୁଣ୍ଡ – ୧ ଚାମଚ, ପିସ୍ତା- ୧ ଚାମଚ (କଟା ହୋଇଥିବା), କାଜୁ- ୧ ବଡ଼ ଚାମଚ, କ୍ରିମ୍‌- ଅଧା କପ୍‌, କ୍ଷୀର- ଅଧା କପ୍‌, ଚିନି- ଦେଢ଼ କପ୍‌, ଆବଶ୍ୟକ ଅନୁସାରେ ଘିଅ।
ପ୍ରଣାଳୀ:କାଲାକନ୍ଦ ତିଆରି କରିବା ପାଇଁ ସମାନ ପରିମାଣର ପନିର ଓ ଖୁଆ ନିଅନ୍ତୁ। ପ୍ରଥମେ ପନୀରକୁ ଗୁଣ୍ଡ କରି ସେଥିରେ ଖୁଆକୁ ଭଲଭାବେ ମିଶାନ୍ତୁ। ପନିର ବଦଳରେ ଛେନା ମଧ୍ୟ ନେଇପାରିବେ। ଏବେ ଗ୍ୟାସ ଲଗାଇ ସେଥିରେ କଡେଇ ବସାନ୍ତୁ। କଡେଇରେ ଅଳ୍ପ ଘିଅ ଗରମ କରି ସେଥିରେ କ୍ରିମ୍‌ ଓ କ୍ଷୀରକୁ ପକାଇ ଗୋଳାନ୍ତୁ। ଏବେ ପନିର ଓ ଖୁଆର ମିଶ୍ରଣକୁ ସେଥିରେ ପକାଇ ମିଡିୟମ ଫ୍ରେମରେ ରଖନ୍ତୁ। ଏହାପରେ ଚିନି ମିଶାନ୍ତୁ। ମିଣ୍ରଣରେ ଚିନି ଭଲଭାବେ ମିଶିଯିବା ପରେ ମିଶ୍ରଣ ଗାଢ଼ ହେବା ପର୍ଯ୍ୟନ୍ତ ଲଗାତର ଗୋଳାନ୍ତୁ। ମିଶ୍ରଣ ଗାଢ଼ ହୋଇଯିବା ପରେ ସେଥିରେ ଗୁଜୁରାତି ଗୁଣ୍ଡ ପକାନ୍ତୁ। ଏବେ ଏହି ମିଶ୍ରଣକୁ ଏକ ବଡ଼ ପ୍ଲେଟ୍‌କୁ କାଢି ଦିଅନ୍ତୁ। ଥଣ୍ଡା ହେବା ପରେ ସେଥିରେ ବାଦାମ ଓ ପିସ୍ତା ପକାଇ ସଜାନ୍ତୁ। ଏବେ ଫ୍ରିଜ୍‌ରେ ରଖି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କାଲାକନ୍ଦ। ଫ୍ରିଜରୁ ବାହାର କରି ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଖାଇବାକୁ ଦିଅନ୍ତୁ।