ଶିକାରୀ ଫାଶରେ କଲରାପତରିଆ ମୃତ

ବଇଣ୍ଡା,୭ା୧୧(ଡି.ଏନ.ଏ.):ଅନୁଗୋଳ ଜିଲା କିଶୋରନଗର ବ୍ଲକ ବାମୁର ରେଞ୍ଜ୍‌ ଫୁଲଝରି ଜଙ୍ଗଲରୁ ରବିବାର ଏକ କଲରାପତରିଆ ବାଘର ଗଳିତ ମୃତଦେହକୁ ବାମୁର ବନ କର୍ମଚାରୀ ଜବତ କରିଛନ୍ତି। ଶିକାରୀମାନେ ଚମଡ଼ା ବିକ୍ରି କରିବା ଲାଗି ଶୁଖାଇଥିବାବେଳେ ଏହାକୁ ଜବତ କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୋଗରେ ୪ ଶିକାରୀ ଗିରଫ ହୋଇଛନ୍ତି। ତଦନ୍ତରେ ବାଧା ସୃଷ୍ଟି ହେବା ଆଶଙ୍କା ଥିବାରୁ ସେମାନଙ୍କ ନାମ ଗୋପନ ରଖାଯାଇଛି। ଅନ୍ୟପଟେ ବନ କର୍ମଚାରୀ ଗ୍ରାମର ଜି. ନାୟକ, ବି. ନାୟକ, ଜି. ମିର୍ଦ୍ଧା ଏବଂ ଅନ୍ୟ ଜଣକୁ ଉଠାଇ ନେଇଥିବା ଗ୍ରାମବାସୀ କହିଛନ୍ତି।
ବନ ବିଭାଗ ସୂଚନା ଅନୁଯାୟୀ, ଫୁଲଝରି ଜଙ୍ଗଲରେ ବୁଧବାର ରାତିରେ ବାର୍‌ହା ଶିକାର କରିବା ପାଇଁ ୪ ଅଭିଯୁକ୍ତ ୧୧ କେଭି ଲାଇନ୍‌ରୁ ହୁକ ଟାଣି ବିଦ୍ୟୁତ୍‌ ଫାଶ ବିଛାଇଥିଲେ। ଏଥିରେ ଉକ୍ତ କଲରାପତରିଆ ଫସିଯାଇ ମୃତ୍ୟୁମୁଖରେ ପଡ଼ିଥିଲା। ଗୁରୁବାର ସକାଳେ ଶିକାରୀମାନେ ମୃତବାଘ ଶରୀରରୁ ଚମଡ଼ା ବାହାର କରି ଏକ ପଥରରେ ଶୁଖାଇଥିଲେ। ଏଥିସହ ବାଘର ଚମଡ଼ାବିହୀନ ମୃତଦେହକୁ ବୁଦାରେ ଫିଙ୍ଗି ଦେଇଥିଲେ। ରବିବାର ସକାଳେ ଜଙ୍ଗଲକୁ ଯାଇଥିବା ଜଣେ ଗୋରୁ ଚରାଳି ଏହା ଦେଖି ବାମୁର ରେଞ୍ଜ୍‌ କାର୍ଯ୍ୟାଳୟକୁ ସୂଚନା ଦେଇଥିଲେ। ଆଠମଲ୍ଲିକ ଡିଏଫ୍‌ଓ ଏସ୍‌. ଆନନ୍ଦ, ବାମୁର ରେଞ୍ଜର ସରୋଜ ମିଶ୍ରଙ୍କ ସହ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତନାଘନା ଆରମ୍ଭ କରିଥିଲେ। ଶୁଖାଯାଇଥିବା ବାଘ ଚମଡାକୁ ଜବତ କରାଯାଇଛି। କେଉଁ ସ୍ଥାନରେ ଚମଡ଼ାକୁ ବିକ୍ରି କରିବାକୁ ଅଭିଯୁକ୍ତମାନେ ମସୁଧା ଚଳାଇଥିଲେ, ସେ ସମ୍ପର୍କରେ ତଥ୍ୟ ହାସଲ କରିବାକୁ ସେମାନଙ୍କୁ ପଚରାଉଚରା କରାଯାଉଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କ ଖରିଫ ଧାନ ସଂଗ୍ରହ: ଦିଗପହଣ୍ଡିରେ ପ୍ରସ୍ତୁତି ବୈଠକ 

ଦିଗପହଣ୍ଡି,୧୬|୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତହସିଲ କାର୍ଯ୍ୟାଳୟ ସଭାଗୃହ ପରିସରରେ  ଚାଷୀଙ୍କ ଅମଳ ଧାନ ସଂଗ୍ରହ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ମଙ୍ଗଳବାର...

ବେଆଇନ ଭାବେ କରୁଥିଲେ ଧାନ ଚୋରା ଚାଲାଣ, ମାଡ଼ି ବସିଲା ରିଷିଡ଼ା ପୋଲିସ

ରିଷିଡା,୧୬।୧୨(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅବୁଜବାହାଲ ଗ୍ରାମର ଜନୈକ ବ୍ୟବସାୟୀ ନିଜ ପିକଅପ୍‌ ୪୦୭ ଗାଡ଼ିରେ ବେଆଇନ ଭାବେ ଧାନ ନେଉଥିବା ବେଳେ ରିଷିଡ଼ା ପୋଲିସ...

ଦିଗପହଣ୍ଡିରେ ଜନବସତିକୁ ମାଡ଼ି ଆସୁଛନ୍ତି ହାତୀପଲ,ରାତିରେ ପଡିଯାଉଛି ତାଟି କବାଟ; ଫସଲ…

ଦିଗପହଣ୍ଡି,୧୬ା୧୨(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ନୂଆଗଡ, ପଳାସପୁର, ଲୁଣିନାଠୀ, ଇନ୍ଦିରା ଆବାସ କଲୋନୀ ଆଦି ଗ୍ରାମଗୁଡିକରେ ଗତ କିଛିଦିନ ହେଲା ହାତୀ ଉପଦ୍ରବ ଯୋଗୁ...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

୭୬ ଏକର ଜାଗାରୁ ଗଞ୍ଜେଇ ଗଛ ନଷ୍ଟ

ଖଜୁରୀପଡ଼ା,୧୬ା୧୨(ବିଦୁର ବେହେରା): ବାରିକୁମ୍ପା, ସୁଡୁଲି, ଖମାର ଏବଂ ବାରିହାଗୁଡା ଜଙ୍ଗଲରେ ମଙ୍ଗଳବାର ଖଜୁରିପଡା ପୋଲିସ ଓ ଅବକାରୀ ବିଭାଗ ଚଢାଉ କରି ବେଆଇନ ଭାବେ ଚାଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri