ତାଣ୍ଡବ ରଚିଲା କାଳବୈଶାଖୀ: କୁଆପଥର ମାଡ଼ରେ ଧାନଫସଲ ନଷ୍ଟ, ବିଦ୍ୟୁତ୍‌ ସେବା ବନ୍ଦ

\ନୂଆପଡ଼ା,୨୭।୪(ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ବ୍ଳକ ଅଧୀନ ବୁଦ୍ଧିକୋମନା ପଞ୍ଚାୟତର ପଣ୍ଡରାପଥର ଏବଂ ସ୍ଥାନୀୟ ଆଖପାଖ ଗ୍ରାମରେ କାଳବୈଶାଖୀ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। କୁଆପଥର ମାଡ଼ ସହ ବର୍ଷା ପବନରେ ଚାଷୀଙ୍କ ଧାନ ଫସଲ ନଷ୍ଟ ହୋଇଛି। ଏପରିକି ବିଭିନ୍ନ ସ୍ଥାନରେ ଗଛପଡ଼ି ତାର ଛିଣ୍ଡି ବିଦ୍ୟୁତ୍‌ ସେବା ବ୍ୟାହତ ହୋଇଛି।

ଶନିବାର ରାତିରେ ବୁଦ୍ଧି କୋମନା ପଞ୍ଚାୟତ ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ପ୍ରବଳ ବେଗରେ ପବନ ବହିବା ସହ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା। ଏଥିରେ ପଣ୍ଡରାପଥର ଗାଁ ସହ ଦୋହେଲପଡ଼ା, କୁରେଶ୍ୱର, ଖାଇରଭାଡ଼ି, ଜଦାମୁଣ୍ଡା, ମାନିଗୁଡ଼ା, ଗଣିଆରି, ନାଇକପଡ଼ା, ସିହିନାମୁଣ୍ଡା ଆଦି ଅନେକ ଗାଁର ଚାଷୀଙ୍କ ଧାନ ଚାଷ ନଷ୍ଟ ହୋଇଛି।

ଚାଷୀମାନେ ଧାର ଉଧାର କରି ରବି ଧାନ ଚାଷ କରିଥିଲେ। ଜଡ଼ାମୁଣ୍ଡା ସୁନ୍ଦର ଜଳ ସେଚନ ପ୍ରକଳ୍ପ ପାଣିରେ ଚାଷ କରି ଥିଲେ। ଏବେ ଧାନ ଅମଳ ହେବାକୁ ଥିବା ବେଳେ ବର୍ଷା ପବନ ସାଙ୍ଗକୁ କୁଆପଥର ମାଡ଼ରେ ଧାନ ସବୁ ପାଣିରେ ଭାସୁଛି। ପାଚିଲା ଧାନ ସବୁ ଝଡ଼ି ପଡିଛି। ଫଳରେ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି।

ଅନେକ ଗାଁର ୧୧ କେଭି ବିଦ୍ୟୁତ୍‌ ତାର ଉପରେ ଗଛପଡ଼ି ବିଦ୍ୟୁତ୍‌ ସରବରାହ ବନ୍ଦ ରହିବା ସହ ଜଟଗଡ-ସୋରିପଡା ରାସ୍ତାରେ ବିଶାଳ ଏକ ବରଗଛ ଟଲିପଡ଼ି ରାସ୍ତା ଅବରୋଧ ହୋଇଛି। ସେହିପରି ମାନିଗୁଡ଼ା, ଗନିଆରୀ, ଜଡ଼ାମୁଣ୍ଡା, କୁମୁଟିମୁଣ୍ଡା ଓ ଜଟଗଡ ଅଞ୍ଚଳରେ କାଳବୈଶାଖିରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଅଭିଯୋଗ ହୋଇଛି।

କ୍ଷୟକ୍ଷତିର ଆକଳନ କରି କ୍ଷତିଗ୍ରସ୍ତ ଚାଷୀଙ୍କୁ ତୂରନ୍ତ ସହାୟତା ପ୍ରଦାନ କରିବାକୁ ଜିଲା ପ୍ରଶାସନ ନିକଟରେ ପଣ୍ଡରାପଥର ଗାଁର ଚାଷୀ ଦମୟନ୍ତୀ ଧରୁଆ, ଧର୍ମୁ ଗୌଡ଼, ଆଶାରାମ ମାଝୀ, ଗଜମନ ରାଉତ, ସଦୁଲ ମାଝୀ, ପ୍ରଫୁଲ ଦୁରିଆ, ପଡୁତୋଳା ମାଝୀ, କୁରସିଂ ରାଉତ, ହଳଧର ମାଝୀ, କଙ୍କି ମାଝୀ, ଟଙ୍କଧର ମାଝୀ, ମହେନ୍ଦ୍ର ମାଝୀ, ହରପ୍ରସାଦ ରାଉତ, ନକୁଳ ମାଝୀ, ହିରଣ୍ୟ ରାଉତ, ନିରଞ୍ଜନ ରାଉତ, ନିଲମ୍ବନ ରାଉତ, କ୍ଷୀରସିନ୍ଧୁ ରାଉତ, ଭାଝି ମାଝୀ,ଦୟା ମାଝୀ, ଜୟଲାଲ ମାଝୀ, ପ୍ରହ୍ଲାଦ ମାଝୀ,ତୁଲସି ମାଝୀ, ସୀତା ରାଉତ, ଭିମସେନ ପ୍ରଧାନୀ,ମନୁଧର ମାଝୀ, ହେମ ବାଗଙ୍କ ସହ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲିଫ୍ଟ ଦେବା କହି ଚଳନ୍ତା କାର୍‌ରେ ମହିଳାଙ୍କୁ କଲେ ବଳାତ୍କାର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୩୧।୧୨: କୋତୱାଲି ଥାନା ଅଞ୍ଚଳରେ ଚଳନ୍ତା କାରରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ତାଙ୍କୁ ବଳାତ୍କାର କରିବା ପରେ ଅଭିଯୁକ୍ତମାନେ ତାଙ୍କୁ ରାସ୍ତାରେ...

ହାତୀଙ୍କ ସୁରକ୍ଷା ଆମର ଦାୟିତ୍ୱ: ଜାଗ୍ରତ କଲା ବନ ବିଭାଗ

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବନ ବିଭାଗ ରେଞ୍ଜ କାର୍ଯ୍ୟାଳୟ ପରିସରରେ ବନ ବିଭାଗ ପକ୍ଷରୁ ଗଜ ସାଥି ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ...

ଶ୍ରୀମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ! ଜଗା ସ୍ଥାନରେ ବଳିଆ

ଭୁବନେଶ୍ୱର,୩୧।୧୨: ଶ୍ରୀଜଗନ୍ନାଥ ମନ୍ଦିର କ୍ୟାଲେଣ୍ଡରରେ ଗୁରୁତର ତ୍ରୁଟି ଅଭିଯୋଗ ହୋଇଛି। ଜଗା ସ୍ଥାନରେ ବଳିଆ ଓ ବଳିଆ ଜାଗାରେ ଜଗାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ...

ନଳକୂପ ପାଖରେ ଛକି ବସିଥିଲା ଯମ: ପାଣି ଆଣିବାକୁ ଗଲାବେଳେ ଝିଲିଙ୍କ ସହ ଘଟିଲା…

ଅନୁଗୋଳ,୩୧।୧୨(ମାନସ ବିଶ୍ୱାଳ): ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବନ୍ତଳା ପଞ୍ଚାୟତ ସାହାରାଗୁଡ଼ା ଗାଁ ସୁନାଭୂଇଁ ସାହିରେ ଦନ୍ତା ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମିଳିଥିବା...

ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା...

୬ଦିନ ଯାଏ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ଇଂଲିଶ ନବବର୍ଷର ପ୍ରଥମ ଦିନରେ ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବା ନିମନ୍ତେ ଶ୍ରଦ୍ଧାଳୁ ଆଶା କରିଥାନ୍ତି। ତେଣୁ ଏହିଦିନ...

ଭୟରେ ଥରହର ଅର୍ପିତା ଚୌଧୁରୀ: କଲେ ଏମିତି କାମ

କଟକ,୩୧।୧୨(କାର୍ତ୍ତିକ ସାହୁ):ଓଡ଼ିଆ ସଙ୍ଗୀତ ଜଗତର ପ୍ରତିଷ୍ଠିତ ଗାୟକ ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଓଲିଉଡ ଗାୟିକା ଅର୍ପିତା ଚୌଧୁରୀ ମଙ୍ଗଳବାର ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ...

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri